୪ ବର୍ଷ ପରେ ପାକିସ୍ତାନ ଫେରିଲେ ନୱାଜ ସରିଫ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ବ୍ରିଟେନରେ ୪ ବର୍ଷ ନିର୍ବାସନରେ ରହିବାପରେ ଆଜି ନିଜ ଦେଶକୁ ଫେରିଛନ୍ତି। ଆଗକୁ ନିର୍ବାଚନ ଥିବାବେଳେ ସରିଫ ପୁଣିଥରେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇପାରନ୍ତି। ପିଏମଏଲ-ଏନ୍ ପାଇଁ ସେ ନିର୍ବାଚନ ପ୍ରଚାର କରିବେ। ଦୁବାଇ ଦେଇ ସରିଫ୍ ଆଜି ଏକ ଚାର୍ଟଡ ବିମାନରେ ଇସଲାମାବାଦରେ ପହଞ୍ଚିଛନ୍ତି। ତାଙ୍କ ସହ କିଛି ପରିବାର ସଦସ୍ୟ, ବରିଷ୍ଠ ନେତା ଏବଂ ବନ୍ଧୁ ମଧ୍ୟ ଫେରିଛନ୍ତି। ସରିଫ୍ ଆଜି ଇସଲାମାବାଦରେ ପହଞ୍ଚିବାପରେ ଆଜି […]

Samaya Live Picture
Published On

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ବ୍ରିଟେନରେ ୪ ବର୍ଷ ନିର୍ବାସନରେ ରହିବାପରେ ଆଜି ନିଜ ଦେଶକୁ ଫେରିଛନ୍ତି। ଆଗକୁ ନିର୍ବାଚନ ଥିବାବେଳେ ସରିଫ ପୁଣିଥରେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇପାରନ୍ତି। ପିଏମଏଲ-ଏନ୍ ପାଇଁ ସେ ନିର୍ବାଚନ ପ୍ରଚାର କରିବେ। ଦୁବାଇ ଦେଇ ସରିଫ୍ ଆଜି ଏକ ଚାର୍ଟଡ ବିମାନରେ ଇସଲାମାବାଦରେ ପହଞ୍ଚିଛନ୍ତି। ତାଙ୍କ ସହ କିଛି ପରିବାର ସଦସ୍ୟ, ବରିଷ୍ଠ ନେତା ଏବଂ ବନ୍ଧୁ ମଧ୍ୟ ଫେରିଛନ୍ତି। ସରିଫ୍ ଆଜି ଇସଲାମାବାଦରେ ପହଞ୍ଚିବାପରେ ଆଜି ଲାହୋରରେ ଏକ ବିଶାଳ ରୢାଲି କରିଛନ୍ତି। ଗ୍ରେଟର ଇକବଲ୍ ପାର୍କରେ ଏହି ରୢାଲି ହୋଇଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ୭ ହଜାରରୁ ଅଧିକ ପୁଲିସ ମୁତୟନ ହୋଇଛନ୍ତି।

Tags: