୪ ବର୍ଷ ପରେ ଗୃହବନ୍ଦୀରୁ ମୁକୁଳିଲେ ମିରୱେଜ ଉମର ଫାରୁକ୍‌

ନୂଆଦିଲ୍ଲୀ : ହୁରିୟତ କନଫରେନ୍ସ ଅଧ୍ୟକ୍ଷ ମିରୱେଜ ଉମର ଫାରୁକ୍‌ ଆଜି ଗୃହବନ୍ଦୀରୁ ମୁକୁଳିଛନ୍ତି। ୪ ବର୍ଷ ଗୃହବନ୍ଦୀ ରହିବାପରେ ମିରୱେଜ ଆଜି ମୁକ୍ତ ହୋଇଛନ୍ତି। ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଥିବା ଧାରା ୩୭୦ ଉଚ୍ଛେଦର ଅବ୍ୟବହିତ ପୂର୍ବରୁ ମିରୱେଜ ଉମର ଫାରୁକଙ୍କୁ ଗୃହବନ୍ଦୀ ରଖାଯାଇଥିଲା। ମିରୱେଜଙ୍କୁ ଶୁକ୍ରବାର ପ୍ରାର୍ଥନାରେ ଯୋଗ ଦେବାକୁ ଅନୁମତି ମିଳିବ ବୋଲି ଅଞ୍ଜୁମାନ ଔକଫ ଜାମିଆ ମସଜିଦ ମ୍ୟାନେଜମେଣ୍ଟ କମିଟି ଅଧିକାରୀମାନେ କହିଛନ୍ତି। ବରିଷ୍ଠ ପୁଲିସ ଅଧିକାରୀମାନେ ମିରୱେଜଙ୍କ […]

Samaya Live Picture
Published On

ନୂଆଦିଲ୍ଲୀ : ହୁରିୟତ କନଫରେନ୍ସ ଅଧ୍ୟକ୍ଷ ମିରୱେଜ ଉମର ଫାରୁକ୍‌ ଆଜି ଗୃହବନ୍ଦୀରୁ ମୁକୁଳିଛନ୍ତି। ୪ ବର୍ଷ ଗୃହବନ୍ଦୀ ରହିବାପରେ ମିରୱେଜ ଆଜି ମୁକ୍ତ ହୋଇଛନ୍ତି। ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଥିବା ଧାରା ୩୭୦ ଉଚ୍ଛେଦର ଅବ୍ୟବହିତ ପୂର୍ବରୁ ମିରୱେଜ ଉମର ଫାରୁକଙ୍କୁ ଗୃହବନ୍ଦୀ ରଖାଯାଇଥିଲା। ମିରୱେଜଙ୍କୁ ଶୁକ୍ରବାର ପ୍ରାର୍ଥନାରେ ଯୋଗ ଦେବାକୁ ଅନୁମତି ମିଳିବ ବୋଲି ଅଞ୍ଜୁମାନ ଔକଫ ଜାମିଆ ମସଜିଦ ମ୍ୟାନେଜମେଣ୍ଟ କମିଟି ଅଧିକାରୀମାନେ କହିଛନ୍ତି। ବରିଷ୍ଠ ପୁଲିସ ଅଧିକାରୀମାନେ ମିରୱେଜଙ୍କ ବାସଭବନକୁ ଯାଇ ତାଙ୍କୁ ମୁକ୍ତ କରିଛନ୍ତି। ଗୃହବନ୍ଦୀରୁ ମୁକ୍ତ ହେବାପାଇଁ ମିରୱେଜ ଜମ୍ମୁ କାଶ୍ମୀର ହାଇକୋର୍ଟର ଦ୍ବାରସ୍ଥ ‌ହେବାର କିଛି ଦିନ ପରେ ତାଙ୍କୁ ମୁକ୍ତ କରାଯାଇଛି। ମିରୱେଜଙ୍କ ପିଟିସନ୍‌ ଉପରେ ଜବାବ ରଖିବାପାଇଁ କୋର୍ଟ ସେପ୍ଟେମ୍ବର ୧୫ ତାରିଖରେ ଜମ୍ମୁ କାଶ୍ମୀର ପ୍ରଶାସନକୁ ୪ ସପ୍ତାହ ସମୟ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ହୁରିୟତ ନେତା ମିରୱେଜଙ୍କୁ ୨୦୧୯ ଅଗଷ୍ଟ ୫ ତାରିଖରୁ ତାଙ୍କ ବାସଭବନରେ ଗୃହବନ୍ଦୀ ରଖାଯାଇଛି।

Tags: