୪୮ ବର୍ଷ ପରେ କଂଗ୍ରେସ ଛାଡ଼ିଲେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି ଆଜି କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ଦୀର୍ଘ ୪୮ ବର୍ଷ ପରେ ବାବା କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତା ପଦ ଛାଡ଼ି ଦେଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ବାବା ସିଦ୍ଦିକି କହିଛନ୍ତି, ଯୁବାବସ୍ଥାରେ ମୁଁ କଂଗ୍ରେସ ଦଳରେ ଯୋଗ ଦେଇଥିଲି। ୪୮ ବର୍ଷ ଧରି ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଯାତ୍ରା ଥିଲା। ଆଜି ମୁଁ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି। ବାବା […]

Samaya Live Picture
Published On

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି ଆଜି କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ଦୀର୍ଘ ୪୮ ବର୍ଷ ପରେ ବାବା କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତା ପଦ ଛାଡ଼ି ଦେଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ବାବା ସିଦ୍ଦିକି କହିଛନ୍ତି, ଯୁବାବସ୍ଥାରେ ମୁଁ କଂଗ୍ରେସ ଦଳରେ ଯୋଗ ଦେଇଥିଲି। ୪୮ ବର୍ଷ ଧରି ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଯାତ୍ରା ଥିଲା। ଆଜି ମୁଁ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି। ବାବା ସିଦ୍ଦିକି କହିଛନ୍ତି, ଅନେକ କିଛି କହିବାର ଅଛି। କିନ୍ତୁ କିଛି କଥା ନକହିବା ଭଲ। ଏହି ଯାତ୍ରାରେ ଯେଉଁମାମନେ ସାମିଲ ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସିଦ୍ଦିକି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ବାଧୀନ ଗୋଷ୍ଠୀରେ ଯୋଗ ଦେବାକୁ ଯାଉଛନ୍ତି ବୋଲି ଏନସିପି ନେତାମାନେ କହିବାର କିଛି ଦିନ ପରେ ଆଜି ସିଦ୍ଦିକି କଂଗ୍ରେସ ଦଳ ଛାଡ଼ି ଦେଇଛନ୍ତି। ବାନ୍ଦ୍ରା ନିର୍ବାଚନମଣ୍ଡଳୀରୁ ୩ ଥର ବିଧାୟକ ହୋଇଥିବା ସିଦ୍ଦିକି ହେଉଛନ୍ତି ପୂର୍ବତନ ମନ୍ତ୍ରୀ।

Tags: