୪୮ ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବାଛିବ ଇଣ୍ଡିଆ ମେଣ୍ଟ : ଜୟରାମ ରମେଶ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିବ ଏବଂ ଇଣ୍ଡିଆ ମେଣ୍ଟ ୪୮ ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବାଛିବ। କଂଗ୍ରେସ ନେତା ଜୟରାମ ରମେଶ ଆଜି ଏଭଳି ଦୃଢ଼ୋକ୍ତି ବାଢ଼ିଛନ୍ତି। ରମେଶ କହିଛନ୍ତି, ଇଣ୍ଡିଆ ମେଣ୍ଟରେ ଯେଉଁ ଦଳ ସବୁଠାରୁ ଅଧିକ ଆସନ ପାଇବ ସେହି ଦଳ ହିଁ ଏହାର ନେତୃତ୍ବ ନେବାପାଇଁ ସ୍ବାଭାବିକ ଦାବିଦାର ହେବ। ରମେଶ କହିଛନ୍ତି, ସରକାର ଗଠନ ପାଇଁ ଲୋକସଭାରେ ଆବଶ୍ୟକ ଥିବା ସଂଖ୍ୟା ୨୭୨ ଠାରୁ […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିବ ଏବଂ ଇଣ୍ଡିଆ ମେଣ୍ଟ ୪୮ ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବାଛିବ। କଂଗ୍ରେସ ନେତା ଜୟରାମ ରମେଶ ଆଜି ଏଭଳି ଦୃଢ଼ୋକ୍ତି ବାଢ଼ିଛନ୍ତି। ରମେଶ କହିଛନ୍ତି, ଇଣ୍ଡିଆ ମେଣ୍ଟରେ ଯେଉଁ ଦଳ ସବୁଠାରୁ ଅଧିକ ଆସନ ପାଇବ ସେହି ଦଳ ହିଁ ଏହାର ନେତୃତ୍ବ ନେବାପାଇଁ ସ୍ବାଭାବିକ ଦାବିଦାର ହେବ। ରମେଶ କହିଛନ୍ତି, ସରକାର ଗଠନ ପାଇଁ ଲୋକସଭାରେ ଆବଶ୍ୟକ ଥିବା ସଂଖ୍ୟା ୨୭୨ ଠାରୁ ଇଣ୍ଡିଆ ମେଣ୍ଟ ଆହୁରି ଅଧିକ ଆସନ ପାଇବ। ଇଣ୍ଡିଆ ‘ଜନବନ୍ଧନ’ ଦଳକୁ ଜନମତ ମିଳିବାପରେ ଏନଡିଏର କିଛି ମେଣ୍ଟ ସହଯୋଗୀ ମଧ୍ୟ ଏଥିରେ ଯୋଗ ଦେବାକୁ ଚାହିବେ। ତେବେ ସେମାନଙ୍କୁ ମେଣ୍ଟରେ ସାମିଲ କରାଯିବ କି ନା’ ସେନେଇ କଂଗ୍ରେସ ହାଇ କମାଣ୍ଡ ନିଷ୍ପତ୍ତି ନେବେ। ରମେଶଙ୍କ ଅନୁଯାୟୀ ଇଣ୍ଡିଆ ମେଣ୍ଟ ଏବଂ ଏନଡିଏ ମଧ୍ୟରେ ତଫାତ୍ ହେଉଛି ୨ଟି ଆଇ। ଗୋଟିଏ ଆଇ ହେଉଛି ଇମାନଦାରୀ (ସଚ୍ଚୋଟତା) ଏବଂ ଆରଟି ‘ଇନସାନିୟତ’ (ମାନବିକତା)। ଏନଡିଏରେ ଥିବା ଯେଉଁ ଦଳ ନିକଟରେ ଉଭୟ ସଚ୍ଚୋଟତା ଏବଂ ମାନବିକତା ଥିବ ସେମାନେ ଇଣ୍ଡିଆ ମେଣ୍ଟରେ ଯୋଗ ଦେଇପାରିବେ। ରମେଶ କହିଛନ୍ତି, ଇଣ୍ଡିଆ ମେଣ୍ଟ ଜିତିବାପରେ ପ୍ରତିଶୋଧମୂଳକ ରାଜନୀତି ହେବନାହିଁ। କଂଗ୍ରେସ ରାଜସ୍ଥାନ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ମହାରାଷ୍ଟ୍ରରେ ଅତି ଚମତ୍କାର ଫଳ ପାଇବ ବୋଲି ରମେଶ କହିଛନ୍ତି। ସେହିପରି ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ଆସାମରେ କଂଗ୍ରେସର ସ୍ଥିତି ସୁଦୃଢ଼ ହେବ। ପୁଣିଥରେ ୨୦୦୪ ଭଳି ସ୍ଥିତି ଆସିବ ବୋଲି ରମେଶ କହିଛନ୍ତି।




