୪୮ ଘଣ୍ଟା ଭିତରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ଇରାନ : ରିପୋର୍ଟ

ନୂଆଦିଲ୍ଲୀ : ଇରାନ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ସିଧାସଳଖ ଆକ୍ରମଣ କରିପାରେ। ରିପୋର୍ଟ ଅନୁଯାୟୀ ଇସ୍ରାଏଲ ଉପରେ ଆକ୍ରମଣ କରିବାପାଇଁ ଇରାନ ପ୍ରସ୍ତୁତ ହେଉଛି। ଇସ୍ରାଏଲ ଗାଜାରେ ହମାସ ସହ ଯୁଦ୍ଧ ଲଢ଼ୁଥିବାବେଳେ ଏଭଳି ସମୟରେ ଏହାର ଚିରାଚରିତ ଶତ୍ରୁ ଇରାନେ ପୁଣିଥରେ ଇସ୍ରାଏଲ ଉପରେ ଆକ୍ରମଣ ଯୋଜନା କରିଛି। ଇରାନ ଇସ୍ରାଏଲ ଉପରେ ସିଧାସଳଖ ଆକ୍ରମଣ କଲାଭଳି ବିପଦ ଆଣିବ। ଇନରାର ସର୍ବୋଚ୍ଚ ନେତାଙ୍କ ଆଗରେ ଏହି ଆକ୍ରମଣ ଯୋଜନା କରାଯାଇଛି। […]

Samaya Live Picture
Published On

ନୂଆଦିଲ୍ଲୀ : ଇରାନ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ସିଧାସଳଖ ଆକ୍ରମଣ କରିପାରେ। ରିପୋର୍ଟ ଅନୁଯାୟୀ ଇସ୍ରାଏଲ ଉପରେ ଆକ୍ରମଣ କରିବାପାଇଁ ଇରାନ ପ୍ରସ୍ତୁତ ହେଉଛି। ଇସ୍ରାଏଲ ଗାଜାରେ ହମାସ ସହ ଯୁଦ୍ଧ ଲଢ଼ୁଥିବାବେଳେ ଏଭଳି ସମୟରେ ଏହାର ଚିରାଚରିତ ଶତ୍ରୁ ଇରାନେ ପୁଣିଥରେ ଇସ୍ରାଏଲ ଉପରେ ଆକ୍ରମଣ ଯୋଜନା କରିଛି। ଇରାନ ଇସ୍ରାଏଲ ଉପରେ ସିଧାସଳଖ ଆକ୍ରମଣ କଲାଭଳି ବିପଦ ଆଣିବ। ଇନରାର ସର୍ବୋଚ୍ଚ ନେତାଙ୍କ ଆଗରେ ଏହି ଆକ୍ରମଣ ଯୋଜନା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ସିରିୟାରେ ଇରାନର ବାଣିଜ୍ୟିକ ରାଷ୍ଟ୍ରଦୂତ ଉପରେ ଆକ୍ରମଣ ହେବାପରେ ଇରାନ ଇସ୍ରାଏଲ ଉପରେ ଏହି ଆକ୍ରମଣ କରିବାପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛି। ଆକ୍ରମଣ ପାଇଁ ଇରାନ ଇସ୍ରାଏଲକୁ ଦାୟୀ କରିଛି। ଗତ ଏପ୍ରିଲ ୧ ତାରିଖରେ ଇସ୍ରାଏଲର ଯୁଦ୍ଧଜାହାଜ ଇରାନ ରାଷ୍ଟ୍ରଦୂତ ଉପରେ ଆକ୍ରମଣ କରିଥିଲା। ଏଥିରେ ଇରାନର ଶୀର୍ଷ ସାମରିକ କମାଣ୍ଡର ଏବଂ ୬ ଅଫିସର ନିପାତ ହୋଇଥିଲେ। ଏହି ଘଟଣା ପରେ ଇରା ଇସ୍ରାଏଲ ଉପରେ ଆକ୍ରମଣ ଯୋଜନା କରିଛି।

Tags: