୪୭୬ ଅଣସ୍ବିକୃତ ଦଳକୁ ତାଲିକାରୁ ହଟାଇବା ପ୍ରକ୍ରିୟା ଆରମ୍ଭ କଲେ ଇସି
ନୂଆଦିଲ୍ଲୀ : ନିର୍ବାଚନ କମିସନ ୪୭୬ ଅଣସ୍ବିକୃତ ରାଜନୈତିକ ଦଳକୁ ତାଲିକାରୁ ହଟାଇବାପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା କହିଛନ୍ତି। ଏହି ଦଳଗୁଡ଼ିକ ଗତ ୬ ବର୍ଷ ମଧ୍ୟରେ ଗୋଟିଏ ବି ନିର୍ବାଚନ ଲଢ଼ିନାହାନ୍ତି। ଏଥିସହ ସେମାନେ ଅନ୍ୟ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିନଥିବାରୁ ସେମାନଙ୍କୁ ତାଲିକାରୁ ବାଦ୍ ଦିଆଯିବ ବୋଲି କମିସନ କହିଛନ୍ତି। ନିର୍ବାଚନ କମିସନ ୩୩୪ଟି ରାଜନୈତିକ ଦଳକୁ ତାଲିକାରୁ ବାଦ୍ ଦେବାର ୨ ଦିନ ପରେ ଆଜି ଏହି ଘୋଷଣା କରିଛନ୍ତି। ତାଲିକାରୁ ବାଦ୍ […]
ନୂଆଦିଲ୍ଲୀ : ନିର୍ବାଚନ କମିସନ ୪୭୬ ଅଣସ୍ବିକୃତ ରାଜନୈତିକ ଦଳକୁ ତାଲିକାରୁ ହଟାଇବାପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା କହିଛନ୍ତି। ଏହି ଦଳଗୁଡ଼ିକ ଗତ ୬ ବର୍ଷ ମଧ୍ୟରେ ଗୋଟିଏ ବି ନିର୍ବାଚନ ଲଢ଼ିନାହାନ୍ତି। ଏଥିସହ ସେମାନେ ଅନ୍ୟ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିନଥିବାରୁ ସେମାନଙ୍କୁ ତାଲିକାରୁ ବାଦ୍ ଦିଆଯିବ ବୋଲି କମିସନ କହିଛନ୍ତି। ନିର୍ବାଚନ କମିସନ ୩୩୪ଟି ରାଜନୈତିକ ଦଳକୁ ତାଲିକାରୁ ବାଦ୍ ଦେବାର ୨ ଦିନ ପରେ ଆଜି ଏହି ଘୋଷଣା କରିଛନ୍ତି। ତାଲିକାରୁ ବାଦ୍ ପଡ଼ିଥିବା ଅଧିକାଂଶ ଦଳ ମଧ୍ୟରେ ଉତ୍ତରପ୍ରଦେଶରୁ ୧୨୧ , ମହାରାଷ୍ଟ୍ରରୁ ୪୪, ତାମିଲନାଡ଼ୁରୁ ୪୨, ଦିଲ୍ଲୀରୁ ୪୧ ଏବଂ ବିହାରରୁ ୧୫ଟି ଦଳ ରହିଛି।




