୪୬ ଡିଗ୍ରି ତାପମାତ୍ରାରେ ଜଳୁଛି ଦିଲ୍ଲୀ

ନୂଆଦିଲ୍ଲୀଁ: ରବିବାର ଦିନ ଦିଲ୍ଲୀ ତାପମାତ୍ରା ୪୫ ଡିଗ୍ରି ଟପିଯାଇଛି। ଦିଲ୍ଲୀର ନଜଫଗଡ଼ରେ ସର୍ବା‌ଧିକ ୪୬.୩ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ସମଗ୍ର ଉତ୍ତର ଭାରତରେ ଗ୍ରୀଷ୍ମ ଲହରି ଜାରି ରହିଛି। ପାଣିପାଗ ବିଭାଗ ପକ୍ଷରୁ ସୋମବାର ପାଇଁ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ହିଟୱେଭ୍‌ ୱାର୍ଣ୍ଣିଂ ଜାରି ହୋଇଛି। ନରେଲା ଏବଂ ପିତମପୁରାରେ ତାପମାତ୍ରା ୪୫ ଡିଗ୍ରି ରହିଛି। ରାଜସ୍ଥାନରେ ତାପମାତ୍ରା ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି। ରାଜ୍ୟର ବିଭିନ୍ନ ଅଂଶରେ ତାପମାତ୍ରା ୪୫ ଡିଗ୍ରି ଉପରେ […]

Samaya Live Picture
Published On

ନୂଆଦିଲ୍ଲୀଁ: ରବିବାର ଦିନ ଦିଲ୍ଲୀ ତାପମାତ୍ରା ୪୫ ଡିଗ୍ରି ଟପିଯାଇଛି। ଦିଲ୍ଲୀର ନଜଫଗଡ଼ରେ ସର୍ବା‌ଧିକ ୪୬.୩ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ସମଗ୍ର ଉତ୍ତର ଭାରତରେ ଗ୍ରୀଷ୍ମ ଲହରି ଜାରି ରହିଛି। ପାଣିପାଗ ବିଭାଗ ପକ୍ଷରୁ ସୋମବାର ପାଇଁ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ହିଟୱେଭ୍‌ ୱାର୍ଣ୍ଣିଂ ଜାରି ହୋଇଛି। ନରେଲା ଏବଂ ପିତମପୁରାରେ ତାପମାତ୍ରା ୪୫ ଡିଗ୍ରି ରହିଛି। ରାଜସ୍ଥାନରେ ତାପମାତ୍ରା ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି। ରାଜ୍ୟର ବିଭିନ୍ନ ଅଂଶରେ ତାପମାତ୍ରା ୪୫ ଡିଗ୍ରି ଉପରେ ରହୁଛି। ଜୟସଲମେରରେ ତାପମାତ୍ରା ୪୪ ଡିଗ୍ରି ଥିବାବେଳେ ବିକାନେର ଏବଂ ଚୁରୁରେ ତାପମାତ୍ରା ଯଥାକ୍ରମେ ୪୫.୫ ଏବଂ ୪୫.୬ ଡିଗ୍ରି ରହିିଛି। ସେହିପରି ଜୟପୁରରେ ତାପମାତ୍ରା ୪୪ ଡିଗ୍ରି ଏବଂ କୋଟାରେ ୪୪.୬ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

Tags: