୪୫% ବିଧାୟକଙ୍କ ବିରୋଧରେ ଆପରାଧିକ ମାମଲା
ନୂଆଦିଲ୍ଲୀ: ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ପକ୍ଷରୁ ଦେଶର ୨୮ଟି ରାଜ୍ୟ ଓ ତିନିଟି କେନ୍ଦ୍ରଶାସିତ ଅଞ୍ଚଳର ବିଧାୟକଙ୍କ ନିର୍ବାଚନୀ ସତ୍ୟପାଠର ଅନୁଶୀଳନ ରିପୋର୍ଟ ପ୍ରକାଶ ପାଇଛି। ମୋଟ ୪୧୨୩ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୪୫ ପ୍ରତିଶତ ବିଧାୟକଙ୍କ ବିରୋଧରେ ବିଭିନ୍ନ ଆପରାଧିକ ମାମଲା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ମୋଟ ୪୧୨୩ ବିଧାୟକଙ୍କ ସତ୍ୟପାଠରୁ ୪୦୯୨ ବିଧାୟକଙ୍କ ସତ୍ୟପାଠର ଅନୁଶୀଳନ କରାଯାଇଥିଲା। ୨୪ ବିଧାୟକଙ୍କ ସତ୍ୟପାଠ ସଠିକ୍ ଭାବେ ପଢ଼ାଯାଇ ପାରୁନଥିବାରୁ ଅନୁଶୀଳନ କରାଯାଇନାହିଁ। […]
ନୂଆଦିଲ୍ଲୀ: ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ପକ୍ଷରୁ ଦେଶର ୨୮ଟି ରାଜ୍ୟ ଓ ତିନିଟି କେନ୍ଦ୍ରଶାସିତ ଅଞ୍ଚଳର ବିଧାୟକଙ୍କ ନିର୍ବାଚନୀ ସତ୍ୟପାଠର ଅନୁଶୀଳନ ରିପୋର୍ଟ ପ୍ରକାଶ ପାଇଛି। ମୋଟ ୪୧୨୩ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୪୫ ପ୍ରତିଶତ ବିଧାୟକଙ୍କ ବିରୋଧରେ ବିଭିନ୍ନ ଆପରାଧିକ ମାମଲା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ମୋଟ ୪୧୨୩ ବିଧାୟକଙ୍କ ସତ୍ୟପାଠରୁ ୪୦୯୨ ବିଧାୟକଙ୍କ ସତ୍ୟପାଠର ଅନୁଶୀଳନ କରାଯାଇଥିଲା। ୨୪ ବିଧାୟକଙ୍କ ସତ୍ୟପାଠ ସଠିକ୍ ଭାବେ ପଢ଼ାଯାଇ ପାରୁନଥିବାରୁ ଅନୁଶୀଳନ କରାଯାଇନାହିଁ। ୭ଟି ଆସନରେ ବିଧାୟକ ପଦବି ଖାଲି ପଡ଼ିଛି। ୧୮୬୧ ବିଧାୟକ ନିଜ ବିରୋଧରେ ଥିବା ଆପରାଧିକ ମାମଲା ସମ୍ପର୍କରେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୨୦୫ ବିଧାୟକ, ଅର୍ଥାତ୍ ୨୯ ପ୍ରତିଶତ ବିଧାୟକଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ମହିଳାଙ୍କ ବିରୋଧରେ ହିଂସା ଆଦି ସାଂଘାତିକ ଅଭିଯୋଗ ରହିଛି। ସର୍ବାଧିକ ଆପରାଧିକ ମାମଲା ଥିବା ବିଧାୟକଙ୍କ ତାଲିକାରେ ସର୍ବାଗ୍ରେ ଆନ୍ଧ୍ରପ୍ରଦେଶ ରହିଛି। ରାଜ୍ୟର ୧୩୮ ବିଧାୟକ (୭୯%)ଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ଏହା ପଛକୁ କେରଳ ଓ ତେଲେଙ୍ଗାନାରେ ୬୯ ପ୍ରତିଶତ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ବେଳେ ବିହାର (୬୬%), ମହାରାଷ୍ଟ୍ର (୬୫%), ତାମିଲନାଡ଼ୁ (୫୯%) ରହିଛି। ସାଂଘାତିକ ଆପରାଧିକ ମାମଲା ତାଲିକାରେ ତେଲେଙ୍ଗାନା (୫୦%), ବିହାର (୪୯%), ଓଡ଼ିଶା (୪୫%), ଝାଡ଼ଖଣ୍ଡ (୪୫%), ମହାରାଷ୍ଟ୍ର (୪୧%) ରହିଛି। ଦଳଗତ ଆପରାଧିକ ମାମଲାରେ ବିଜେପିର ୧୬୫୩ ବିଧାୟକଙ୍କ ମଧ୍ୟରୁ ୬୩୮ଜଣ ବିଧାୟକ, ଅର୍ଥାତ୍ ୩୯ ପ୍ରତିଶତ ନିଜ ବିରୋଧରେ ଥିବା ଆପରାଧିକ ମାମଲା ସମ୍ପର୍କରେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪୩୬ଜଣ (୨୬%)ଙ୍କ ବିରୋଧରେ ସାଂଘାତିକ ଆପରାଧିକ ମାମଲା ରହିଛି। କଂଗ୍ରେସର ୬୪୬ ବିଧାୟକଙ୍କ ମଧ୍ୟରୁ ୩୩୯ (୫୨%) ବିଧାୟକଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବା ବେଳେ ୧୯୪ (୩୦%) ବିଧାୟକଙ୍କ ବିରୋଧରେ ସାଂଘାତିକ ଅପରାଧିକ ମାମଲା ରହିଛି। ତେଲୁଗୁ ଦେଶମ୍ ପାର୍ଟି (ଟିଡିପି)ର ୧୩୪ ବିଧାୟକଙ୍କ ମଧ୍ୟରୁ ୧୧୫ ବିଧାୟକଙ୍କ ବିରୋଧରେ ଆପରାଧିକ ମାମଲା ଓ ୮୪ ବିଧାୟକଙ୍କ ବିରୋଧରେ ସାଂଘାତିକ ମାମଲା ରହିଛି। ଡିଏମ୍କେର ୧୩୨ ବିଧାୟକଙ୍କ ମଧ୍ୟରୁ ୯୮ (୭୪%), ତୃଣମୂଳ କଂଗ୍ରେସର ୨୩୦ ବିଧାୟକଙ୍କ ମଧ୍ୟରୁ ୯୫ ବିଧାୟକ, ଆପ୍ର ୧୨୩ ବିଧାୟକଙ୍କ ମଧ୍ୟରୁ ୬୯ ବିଧାୟକ, ସମାଜବାଦୀ ପାର୍ଟିର ୧୧୦ ବିଧାୟକଙ୍କ ମଧ୍ୟରୁ ୬୮ ବିଧାୟକଙ୍କ ବିରୋଧରେ ଆପରାଧିକ ମାମଲା ରହିଛି।




