୪୫୦ ଦିଲ୍ଲୀ ପୁଲିସଙ୍କ ସହ ମୋଦୀଙ୍କ ଡିନର ଯୋଜନା

ନୂଆଦିଲ୍ଲୀ : ଦିଲ୍ଲୀରେ ଭାରତ ଅଧ୍ୟକ୍ଷତାରେ ଜି-୨୦ ସମ୍ମିଳନୀ ସଫଳ ହୋଇଛି। ଜି-୨୦ ସମ୍ମିଳନୀକୁ ସଫଳ ରୂପ ଦେବାପାଇଁ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସାମିଲ ଥିବା ସମସ୍ତ ସଦସ୍ୟଙ୍କୁ ସରକାର ପ୍ରୋତ୍ସାହିତ କରିବାକୁ ଚାହିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ସମ୍ମିଳନୀ ସମୟରେ ସୁରକ୍ଷା ଦାୟିତ୍ବରେ ଥିବା ଦିଲ୍ଲୀ ପୁଲିସଙ୍କ ସହ ଏକ ସ୍ବତନ୍ତ୍ର ଡିନର କାର୍ଯ୍ୟକ୍ରମର ‌ଯୋଜନା କରିଛନ୍ତି। ମୋଦୀ ଚଳିତ ସପ୍ତାହରେ ପ୍ରାୟ ୪୫୦ ଦିଲ୍ଲୀ ପୁଲିସଙ୍କ ସହ […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀରେ ଭାରତ ଅଧ୍ୟକ୍ଷତାରେ ଜି-୨୦ ସମ୍ମିଳନୀ ସଫଳ ହୋଇଛି। ଜି-୨୦ ସମ୍ମିଳନୀକୁ ସଫଳ ରୂପ ଦେବାପାଇଁ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସାମିଲ ଥିବା ସମସ୍ତ ସଦସ୍ୟଙ୍କୁ ସରକାର ପ୍ରୋତ୍ସାହିତ କରିବାକୁ ଚାହିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ସମ୍ମିଳନୀ ସମୟରେ ସୁରକ୍ଷା ଦାୟିତ୍ବରେ ଥିବା ଦିଲ୍ଲୀ ପୁଲିସଙ୍କ ସହ ଏକ ସ୍ବତନ୍ତ୍ର ଡିନର କାର୍ଯ୍ୟକ୍ରମର ‌ଯୋଜନା କରିଛନ୍ତି। ମୋଦୀ ଚଳିତ ସପ୍ତାହରେ ପ୍ରାୟ ୪୫୦ ଦିଲ୍ଲୀ ପୁଲିସଙ୍କ ସହ ଡିନର କରିବେ। ମିଳିଥିବା ସୂଚନାନୁଯାୟୀ ଦିଲ୍ଲୀ ପୁଲିସ କମିସନର ସଂଜୟ ଆରୋରା ପ୍ରତି ଜିଲ୍ଲାରୁ କନେଷ୍ଟବଳ ଏବଂ ଇନ୍ସପେକ୍ଟରଙ୍କ ତାଲିକା ମାଗିଛନ୍ତି। ଜି-୨୦ ସମ୍ମିଳନୀ ସମୟରେ ଯେଉଁମାନେ ଉଦାହରଣୀୟ କାର୍ଯ୍ୟ କରିଛନ୍ତି ମୋଦୀ ସେମାନଙ୍କ ତାଲିକା ମାଗିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜି-୨୦ ସମ୍ମିଳନୀ ସମୟରେ ଦିଲ୍ଲୀ ପୁଲିସ ହାତରେ ଗୁରୁ ଦାୟିତ୍ବ ଥିଲା। ପ୍ରାୟ ୧ ଲକ୍ଷ ୩୦ ହଜାର ପୁଲିସ ଦିଲ୍ଲୀରେ ସୁରକ୍ଷା ପାଇଁ ମୁତୟନ ହୋଇଥିଲେ। ସମ୍ବେଦନଶୀଳ ସ୍ଥାନମାନଙ୍କରେ ସ୍ବତନ୍ତ୍ର ଭା‌ବେ ତାଲିମ ନେଇଥିବା ପୁଲିସମାନଙ୍କୁ ମୁତୟନ କରାଯାଇଥିଲ।

Tags: