୪୦ ମହିଳାଙ୍କର ଜଣେ ସ୍ବାମୀ

ପାଟନା : ଜଣେ ବ୍ୟକ୍ତି କେତେ ଜଣଙ୍କୁ ବିବାହ କରିବା ସମ୍ଭବ। ୫, ୧୦ ନା’ ୧୫। ବିହାର ଜାତିଗତ ଜନଗଣନାରୁ ଯାହା ପର୍ଦ୍ଦାଫାସ ହୋଇଛି ତାହା ଏବେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ବିହାର ଜାତି ଭିତ୍ତିକ ଜନଗଣନାରୁ ଜଣାପଡ଼ିଛି ଯେ ବିହାରରେ ରୁପଚାନ୍ଦ ନାମକ ଜଣେ ବ୍ୟକ୍ତି ୪୦ ମହିଳାଙ୍କୁ ବିବାହ କରିଛନ୍ତି। ବିହାରର ଅରୱଲ ଜିଲ୍ଲା ଅଧୀନସ୍ଥ ରେଡ୍ ଲାଇଟ୍ ଅଞ୍ଚଳରେ ଜାତିଗତ ଜନଗଣନା ସମୟରେ ୪୦ ଜଣ ମହିଳା ସେମାନଙ୍କ ସ୍ବାମୀଙ୍କ […]

Samaya Live Picture
Published On

ପାଟନା : ଜଣେ ବ୍ୟକ୍ତି କେତେ ଜଣଙ୍କୁ ବିବାହ କରିବା ସମ୍ଭବ। ୫, ୧୦ ନା’ ୧୫। ବିହାର ଜାତିଗତ ଜନଗଣନାରୁ ଯାହା ପର୍ଦ୍ଦାଫାସ ହୋଇଛି ତାହା ଏବେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ବିହାର ଜାତି ଭିତ୍ତିକ ଜନଗଣନାରୁ ଜଣାପଡ଼ିଛି ଯେ ବିହାରରେ ରୁପଚାନ୍ଦ ନାମକ ଜଣେ ବ୍ୟକ୍ତି ୪୦ ମହିଳାଙ୍କୁ ବିବାହ କରିଛନ୍ତି। ବିହାରର ଅରୱଲ ଜିଲ୍ଲା ଅଧୀନସ୍ଥ ରେଡ୍ ଲାଇଟ୍ ଅଞ୍ଚଳରେ ଜାତିଗତ ଜନଗଣନା ସମୟରେ ୪୦ ଜଣ ମହିଳା ସେମାନଙ୍କ ସ୍ବାମୀଙ୍କ ନାମ ରୁପଚାନ୍ଦ କହିଥିଲେ। ମହିଳାଙ୍କ ପିଲାମାନେ ମଧ୍ୟ ସେମାନଙ୍କ ବାପାଙ୍କ ନାମ ରୁପଚାନ୍ଦ କହିଥିଲେ। ରିପୋର୍ଟ ଅନୁଯାୟୀ ରେଡ୍ ଲାଇଟ୍ ଅଞ୍ଚଳର ୱାର୍ଡ ନମ୍ବର ୭ରେ ରହୁଥିବା ମହିଳାମାନେ ଗୀତ ଗାଇ ଏବଂ ନାଚି ଜୀବିକା ନିର୍ବାହ କରନ୍ତି। ସେମାନଙ୍କର କୌଣସି ସ୍ଥାୟୀ ଠିକଣା ନାହିଁ। ତେଣୁ ସେମାନେ ସେମାନଙ୍କ ସ୍ବାମୀଙ୍କ ନାମ ରୁପଚାନ୍ଦ କହିଛନ୍ତି। ଏବେ ଏହି ବିଷୟକୁ ନେଇ ଜୋରଦାର ଆଲୋଚନା ହେଉଛି।

Tags: