୪୦ ପ୍ରତିଶତ ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା : ଏଡିଆର ରିପୋର୍ଟ
ନୂଆଦିଲ୍ଲୀ : ସଂସଦରେ ମୋଟ୍ ୭୬୩ ସାଂସଦଙ୍କ ମଧ୍ୟରୁ ୩୦୬ ଜଣ (୪୦%) ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ଏଡିଆର (ଆସୋସିଏସନ ଫର୍ ଡିମୋକ୍ରାଟିକ ରିଫର୍ମ୍ସ) ଏବଂ ଏନ୍ଇଡବ୍ଲ୍ୟୁ (ନେସନାଲ ଇଲେକ୍ସନ୍ ୱାଚ) ଦ୍ବାରା ଜାରି ହୋଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। ୧୯୪ ଜଣ ତଥା ୨୫ ପ୍ରତିଶତ ସାଂସଦ ସେମାନଙ୍କ ବିରୋଧରେ ଅତି ସାଂଘାତିକ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। କେରଳରେ ସର୍ବାଧିକ ୭୩ ପ୍ରତିଶତ ସାଂସଦ ସେମାନଙ୍କ ବିରୋଧରେ ଅପରାଧିକ ମାମଲା […]
ନୂଆଦିଲ୍ଲୀ : ସଂସଦରେ ମୋଟ୍ ୭୬୩ ସାଂସଦଙ୍କ ମଧ୍ୟରୁ ୩୦୬ ଜଣ (୪୦%) ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ଏଡିଆର (ଆସୋସିଏସନ ଫର୍ ଡିମୋକ୍ରାଟିକ ରିଫର୍ମ୍ସ) ଏବଂ ଏନ୍ଇଡବ୍ଲ୍ୟୁ (ନେସନାଲ ଇଲେକ୍ସନ୍ ୱାଚ) ଦ୍ବାରା ଜାରି ହୋଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। ୧୯୪ ଜଣ ତଥା ୨୫ ପ୍ରତିଶତ ସାଂସଦ ସେମାନଙ୍କ ବିରୋଧରେ ଅତି ସାଂଘାତିକ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। କେରଳରେ ସର୍ବାଧିକ ୭୩ ପ୍ରତିଶତ ସାଂସଦ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ବିହାର, ମହାରାଷ୍ଟ୍ରରେ ୫୭ ପ୍ରତିଶତ ସାଂସଦ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଥିବା ବେଳେ ତେଲେଙ୍ଗାନାରେ ୫୦ ପ୍ରତିଶତ ସାଂସଦ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି। ବିହାରରେ ସର୍ବାଧିକ ୫୦ ପ୍ରତିଶତ ସାଂସଦ ସେମାନଙ୍କ ବିରୋଧରେ ଅତି ଗୁରୁତର ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ତେଲେଙ୍ଗାନାରେ ୯ ପ୍ରତିଶତ, କେରଳରେ ୧୦ ପ୍ରତିଶତ, ମହାରାଷ୍ଟ୍ରରେ ୩୪ ପ୍ରତିଶତ ଏବଂ ଉତ୍ତରପ୍ରଦେଶରେ ୩୭ ପ୍ରତିଶତ ସାଂସଦ ସେମାନଙ୍କ ବିରୋଧରେ ଅତି ଗୁରୁତର ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି।
ବିଜେପିର ୩୮୫ ସାଂସଦଙ୍କ ମଧ୍ୟରୁ ୧୩୯ ଜଣ ତଥା ୩୬ ପ୍ରତିଶତ, କଂଗ୍ରେସର ୮୧ ସାଂସଦଙ୍କ ମଧ୍ୟରୁ ୪୩ ଜଣ ତଥା ୫୩ ପ୍ରତିଶତ, ଟିଏମ୍ସିର ୩୬ ସାଂସଦଙ୍କ ମଧ୍ୟରୁ ୧୪ ଜଣ (୩୯%) , ଆରଜଡେିର ୬ ସାଂସଦଙ୍କ ମଧ୍ୟରୁ ୫ ଜଣ ତଥା ୮୩ ପ୍ରତିଶତ, ସିପିଆଇ(ଏମ୍)ର ୮ ସାଂସଦଙ୍କ ମଧ୍ୟରୁ ୬ ଜଣ ତଥା ୭୫ ପ୍ରତିଶତ, ଆପ୍ ଦଳର ୧୧ ସାଂସଦଙ୍କ ମଧ୍ୟରୁ ୩ ଜଣ ତଥା ୨୭ ପ୍ରତିଶତ , ୱାଇଏସ୍ଆର୍ସିପିର ୩୧ ସାଂସଦଙ୍କ ମଧ୍ୟରୁ ୧୩ ଜଣ ତଥା ୪୨ ପ୍ରତିଶତ, ଏନ୍ସିପିର ସାଂସଦଙ୍କ ମଧ୍ୟରୁ ୩ ଜଣ ତଥା ୩୮ ପ୍ରତିଶତ ସାଂସଦ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି।
ସେହିପରି ୩୨ ସାଂସଦ ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ଘୋଷଣା କରିଛନ୍ତି। ମହିଳାଙ୍କ ବିରୋଧରେ ଅପରାଧ ପାଇଁ ୨୧ ସାଂସଦଙ୍କ ବିରୋଧରେ ମାମଲା ଏବଂ ୪ ସାଂସଦଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଥିବା ଘୋଷଣା କରିଛନ୍ତି।




