୩ ରାଜ୍ୟରେ ଇଣ୍ଡିଆ ମେଣ୍ଟରେ କଂଗ୍ରେସର ଆସନ ବୁଝାମଣା ଯୋଜନାରେ ବାଧା
ନୂଆଦିଲ୍ଲୀ : ନିକଟରେ ବିରୋଧୀ ଇଣ୍ଡିଆ ମେଣ୍ଟର ଏକ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଥିଲା ଯେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଖୁବ୍ଶୀଘ୍ର ଚୂଡ଼ାନ୍ତ ହେବ। ଦିଲ୍ଲୀରେ ହୋଇଥିବା ଏହି ବୈଠକର ମୁଖ୍ୟ ଫୋକସ୍ ଥିଲା ଆସନ ବୁଝାମଣା । କିନ୍ତୁ ବର୍ତ୍ତମାନ ଏହା ଲାଗୁଛି ଯେ କଂଗ୍ରେସ ପାଇଁ ଉକ୍ତ କାର୍ଯ୍ୟ ଅଧିକ ଜଟିଳ ହେବାରେ ଲାଗିଛି। ପଂଜାବରେ ଶାସକ ଆପ୍ ଦଳ ଏହା ଦର୍ଶାଇଛି ଯେ ଦଳ ଲୋକସଭା ନିର୍ବାଚନ ଏକାକୀ […]
ନୂଆଦିଲ୍ଲୀ : ନିକଟରେ ବିରୋଧୀ ଇଣ୍ଡିଆ ମେଣ୍ଟର ଏକ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଥିଲା ଯେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଖୁବ୍ଶୀଘ୍ର ଚୂଡ଼ାନ୍ତ ହେବ। ଦିଲ୍ଲୀରେ ହୋଇଥିବା ଏହି ବୈଠକର ମୁଖ୍ୟ ଫୋକସ୍ ଥିଲା ଆସନ ବୁଝାମଣା । କିନ୍ତୁ ବର୍ତ୍ତମାନ ଏହା ଲାଗୁଛି ଯେ କଂଗ୍ରେସ ପାଇଁ ଉକ୍ତ କାର୍ଯ୍ୟ ଅଧିକ ଜଟିଳ ହେବାରେ ଲାଗିଛି। ପଂଜାବରେ ଶାସକ ଆପ୍ ଦଳ ଏହା ଦର୍ଶାଇଛି ଯେ ଦଳ ଲୋକସଭା ନିର୍ବାଚନ ଏକାକୀ ଲଢ଼ିବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହା ସ୍ପଷ୍ଟ କରି ସାରିଛନ୍ତି ଯେ ଟିଏମ୍ସି ଆଗାମୀ ନିର୍ବାଚନ ଏକାକୀ ଲଢ଼ିବ। ମହାରାଷ୍ଟ୍ରରେ ଶିବସେନା (ୟୁବିଟି) ୨୩ ଆସନ ଦାବି କରିଥିବାବେଳେ ଆସନ ବୁଝାମଣାରେ ବାଧା ଉପୁଯାଇଛି। ମମତା କହିଛନ୍ତି, ପଶ୍ଚିମବଙ୍ଗରେ କେବଳ ଟିଏମ୍ସି ହିଁ ବିଜେପିକୁ ଶିକ୍ଷା ଦେଇପାରିବ। ଅନ୍ୟ କୌଣସି ଦଳ ନୁହେଁ। ତେବେ ମମତାଙ୍କ ଟିପ୍ପଣୀରୁ ଏହା ସ୍ପଷ୍ଟ ଜଣାପଡ଼ୁଛି ଯେ ପଶ୍ଚିମବଙ୍ଗରେ ଟିଏମ୍ସି ଇଣ୍ଡିଆ ମେଣ୍ଟ, କଂଗ୍ରେସ କିମ୍ବା ଅନ୍ୟ କୌଣସି ଦଳ ସହ ମେଣ୍ଟ କରିବନି। ଅନ୍ୟପକ୍ଷେ ମହାରାଷ୍ଟ୍ର କଂଗ୍ରେସ ପାଇଁ ଏକ ପ୍ରମୁଖ ରାଜ୍ୟ । ଖାଲି କଂଗ୍ରେସ ପାଇଁ ନୁହେଁ ଇଣ୍ଡିଆ ମେଣ୍ଟର ଅନ୍ୟ ସହଯୋଗୀ ତଥା ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ), ଏନ୍ସିପି (ଶରଦ ପାୱାର ଗୋଷ୍ଠୀ) ପାଇଁ ମଧ୍ୟ ମହାରାଷ୍ଟ୍ର ଏକ ପ୍ରମୁଖ ରାଜ୍ୟ। ତେବେ କଂଗ୍ରେସ ଦଳକୁ ସୁଦୃଢ଼ କରିବାପାଇଁ ଅନେକ ରଣନୀତି ଯୋଜନା କରିଛି। ତେବେ ଇଣ୍ଡିଆ ମେଣ୍ଟରେ ଶିବସେନା (ୟୁବିଟି) ୨୩ ଲୋକସଭା ଆସନ ଦାବି କରିଥିବାବେଳେ କଂଗ୍ରେସ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ତେଣୁ ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟରେ ଆସନ ବୁଝାମଣାରେ ବାଧା ଉପୁଜିଛି।




