୩ ବନ୍ଦେ ଭାରତ ରେଳର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ବେଙ୍ଗାଲୁାରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତିନି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ରେଳର ଶୁଭାରମ୍ଭ କରିଛନ୍ତି। ବୋଙ୍ଗାଲୁରୁର କେଏସ୍ଆର ରେଳଷ୍ଟେସନରେ ସବୁଜ ପତାକା ଦେଖାଇ ଅଜନୀ(ନାଗପୁର)-ପୁଣେ, କେଏସ୍ଆର ବେଙ୍ଗାଲୁରୁ-ବେଲଗଭି ଏବଂ ଶ୍ରୀ ମାତା ବୈଷ୍ଣୋଦେବୀ କାଟ୍ରା – ଅମୃତସରଏକ୍ସପ୍ରେସର ଶୁଭ ଉଦଘାଟନ କରିଥିଲେ। ଏହି ୩ ବନ୍ଦେ ଭାରତ ସହିତ ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ ସଂଖ୍ୟା ୧୫୦ରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ କର୍ଣ୍ଣାଟକରେ ରବିବାର ପହଞ୍ଚିବା ପରେ କେଏସଆର ରେଳଷ୍ଟେସନଠାରେ ତାଙ୍କୁ ରାଜ୍ୟପାଳ ଥୱରଚନ୍ଦ ଗେହଲଟ, […]
ବେଙ୍ଗାଲୁାରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତିନି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ରେଳର ଶୁଭାରମ୍ଭ କରିଛନ୍ତି। ବୋଙ୍ଗାଲୁରୁର କେଏସ୍ଆର ରେଳଷ୍ଟେସନରେ ସବୁଜ ପତାକା ଦେଖାଇ ଅଜନୀ(ନାଗପୁର)-ପୁଣେ, କେଏସ୍ଆର ବେଙ୍ଗାଲୁରୁ-ବେଲଗଭି ଏବଂ ଶ୍ରୀ ମାତା ବୈଷ୍ଣୋଦେବୀ କାଟ୍ରା – ଅମୃତସରଏକ୍ସପ୍ରେସର ଶୁଭ ଉଦଘାଟନ କରିଥିଲେ। ଏହି ୩ ବନ୍ଦେ ଭାରତ ସହିତ ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ ସଂଖ୍ୟା ୧୫୦ରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ କର୍ଣ୍ଣାଟକରେ ରବିବାର ପହଞ୍ଚିବା ପରେ କେଏସଆର ରେଳଷ୍ଟେସନଠାରେ ତାଙ୍କୁ ରାଜ୍ୟପାଳ ଥୱରଚନ୍ଦ ଗେହଲଟ, ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିଏସ୍ ୟେଦିୟୁରପ୍ପା ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ବେଙ୍ଗାଲୁରୁ ମେଟ୍ରୋ ରେଳ ପ୍ରକଳ୍ପର ଶୁଭାରମ୍ଭ ସହିତ ଦେଶର ବିଭିନ୍ନ ସ୍ଥାନରେ ସହରୀ ଯୋଗାଯୋଗ ଯୋଜନା ସମ୍ବନ୍ଧୀୟ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ। ବେଙ୍ଗାଲୁରୁ-ବେଲଗାଭି ଏକ୍ସପ୍ରେସ୍ ୮ ଘଣ୍ଟା ୨୦ ମିନିଟରେ ୬୧୧ କିଲୋମିଟର ଦୂରତା ଅତିକ୍ରମ କରିବ, ଉକ୍ତ ମାର୍ଗରେ ଏହା ସବୁଠୁ ଦ୍ରୁତଗାମୀ ବନ୍ଦେ ଭାରତ ଏକ୍ସପ୍ରେସ। ବୁଧବାରକୁ ଛାଡ଼ି ଏହା ସପ୍ତାହରେ ୬ ଦିନ ଚାଲିବ। ଅଜନି (ନାଗପୁର)- ପୁଣେ ବନ୍ଦେ ଭାରତ ଦ୍ବାରା ମହାରାଷ୍ଟ୍ରକୁ ଏହାର ୧୨ଶ ବନ୍ଦେ ଭାରତ ମିଳିଛି। ଏହି ରେଳ ବ୍ୟବସାୟୀ, ଛାତ୍ରଛାତ୍ରୀ, ଚାକିରିଆଙ୍କ ପାଇଁ ସୁବିଧାଜନକ ହେବା ସହିତ ସ୍ଥାନୀୟ ଅଞ୍ଚଳର ପର୍ଯ୍ୟଟନ ଓ ବ୍ୟବସାୟକୁ ପ୍ରୋତ୍ସାହିତ କରିବ। ଏହାସହିତ ଅଜନି (ନାଗପୁର)- ପୁଣେ ଦେଶର ସର୍ବାଧିକ ୮୮୧ କିମି ଅଞ୍ଚଳକୁ ଗଡ଼ିବ । ଏହା ନାଗପୁର ଓ ପୁଣେ ମଧ୍ୟରେ ସବୁଠୁ ଦ୍ରୁତଗାମୀ ରେଳ ସେବା ହୋଇଥିବାବେଳେ ଘଣ୍ଟାକୁ ୭୩ କିମି ଗଡ଼ିବ ଓ ୧୦ଟି ଷ୍ଟେସନ ଦେଇ ଯିବ।




