୩୬ ହଜାର କୋଟି ଟଙ୍କାର ଡ୍ରଗ୍ସ ନଷ୍ଟ କରିଛି ଆଣ୍ଡାମାନ ପୁଲିସ

ନୂଆଦିଲ୍ଲୀ: ଆଣ୍ଡାମାନ ପୁଲିସ ୩୬ହଜାର କୋଟି ଟଙ୍କାର ନିଶାଦ୍ରବ୍ୟ ଆଣ୍ଡାମାନ ପୋଡ଼ି ନଷ୍ଟ କରିଛି। ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ‘ନିଶା ଚାଲାଣ ଓ ଜାତୀୟ ସୁରକ୍ଷା’ ଶୀର୍ଷକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତା ଶାହ କହିଛନ୍ତି, ନିଶାମୁକ୍ତ ଭାରତ ଅଭିଯାନରେ ଆଣ୍ଡାମାନ ପୁଲିସ ଏକ ବଡ଼ ଯୋଗଦାନ ଦେଇଛି। ଗତବର୍ଷ ନଭେମ୍ବରରେ ଏକ ମାଛଧରା ଡଙ୍ଗାରୁ ଜବତ ହୋଇଥିବା ୩୬ହଜାର କୋଟି ଟଙ୍କାର ୬ହଜାର କିଲୋଗ୍ରାମ ମେଥାମ୍‌ଫେଟାମାଇନ୍‌ (ନିଶା ସାମଗ୍ରୀ)କୁ ଆଣ୍ଡାମାନର ସ୍ବତନ୍ତ୍ର ଭାଟିରେ […]

Samaya Live Picture
Published On

ନୂଆଦିଲ୍ଲୀ: ଆଣ୍ଡାମାନ ପୁଲିସ ୩୬ହଜାର କୋଟି ଟଙ୍କାର ନିଶାଦ୍ରବ୍ୟ ଆଣ୍ଡାମାନ ପୋଡ଼ି ନଷ୍ଟ କରିଛି। ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ‘ନିଶା ଚାଲାଣ ଓ ଜାତୀୟ ସୁରକ୍ଷା’ ଶୀର୍ଷକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତା ଶାହ କହିଛନ୍ତି, ନିଶାମୁକ୍ତ ଭାରତ ଅଭିଯାନରେ ଆଣ୍ଡାମାନ ପୁଲିସ ଏକ ବଡ଼ ଯୋଗଦାନ ଦେଇଛି। ଗତବର୍ଷ ନଭେମ୍ବରରେ ଏକ ମାଛଧରା ଡଙ୍ଗାରୁ ଜବତ ହୋଇଥିବା ୩୬ହଜାର କୋଟି ଟଙ୍କାର ୬ହଜାର କିଲୋଗ୍ରାମ ମେଥାମ୍‌ଫେଟାମାଇନ୍‌ (ନିଶା ସାମଗ୍ରୀ)କୁ ଆଣ୍ଡାମାନର ସ୍ବତନ୍ତ୍ର ଭାଟିରେ ପୋଡ଼ି ନଷ୍ଟ କରାଯାଇଛି। ସୂଚନାଯୋଗ୍ୟ, ଏହି ନିଶା ସାମଗ୍ରୀ ନଷ୍ଟ କରିବା ସମୟରେ ଆଣ୍ଡାମାନ ନିକୋବାରର ପୁଲିସ ମହାନିର୍ଦ୍ଦେଶକ ହରଗୋବିନ୍ଦର ସିଂହ ଧାଲିୱାଲ୍‌, ମୁଖ୍ୟ ଶାସନ ସଚିବ ଚନ୍ଦ୍ର ଭୂଷଣ କୁମାର, ଗୃହବିଭାଗ ସଚିବ ନୀରଜ ଭାରତୀ, ଆଇଜିପି ଗୀତାରାଣୀ ବର୍ମାଙ୍କ ନେତୃତ୍ବାଧୀନ ଉଚ୍ଚସ୍ତରୀୟ ନିଶା ନଷ୍ଟ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

Tags: