୩୬ ଘଣ୍ଟା ବିଳମ୍ବ ପରେ ଭାରତ ଛାଡ଼ିଲେ ଟ୍ରୁଡୋ

ନୂଆଦିଲ୍ଲୀ : ବିମାନରେ ତ୍ରୁଟି ପାଇଁ ଦୀର୍ଘ ୩୬ ଘଣ୍ଟାର ବିଳମ୍ବ ପରେ ଶେଷରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଆଜି ଭାରତ ଛାଡ଼ିଛନ୍ତି। ସେପ୍ଟେମ୍ବର ୮ ତାରିଖ‌ରେ ଜି-୨୦ ସମ୍ମିଳନୀ ପାଇଁ ଭାରତ ପହଞ୍ଚିଥିବା ଟ୍ରୁଡୋ ସେପ୍ଟେମ୍ବର ୧୦ ତାରିଖରେ କାନାଡ଼ା ଫେରିଯିବାର ଥିଲା। କିନ୍ତୁ ବିମାନରେ ତ୍ରୁୂଟି ପାଇଁ ତାଙ୍କୁ ଅଧିକ ୩୬ ଘଣ୍ଟା ଭାରତରେ ରହିବାକୁ ପଡ଼ିଲା। କାନାଡ଼ା ପିଏମ୍‌ଓର ପ୍ରେସ୍‌ ସଚିବ ମହମ୍ମଦ ହୁସେନ କହିଛନ୍ତି, ଯା‌ନ୍ତ୍ରିକ ତ୍ରୁଟି ସମାଧାନ ହୋଇଯାଇଛି […]

Samaya Live Picture
Published On

ନୂଆଦିଲ୍ଲୀ : ବିମାନରେ ତ୍ରୁଟି ପାଇଁ ଦୀର୍ଘ ୩୬ ଘଣ୍ଟାର ବିଳମ୍ବ ପରେ ଶେଷରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଆଜି ଭାରତ ଛାଡ଼ିଛନ୍ତି। ସେପ୍ଟେମ୍ବର ୮ ତାରିଖ‌ରେ ଜି-୨୦ ସମ୍ମିଳନୀ ପାଇଁ ଭାରତ ପହଞ୍ଚିଥିବା ଟ୍ରୁଡୋ ସେପ୍ଟେମ୍ବର ୧୦ ତାରିଖରେ କାନାଡ଼ା ଫେରିଯିବାର ଥିଲା। କିନ୍ତୁ ବିମାନରେ ତ୍ରୁୂଟି ପାଇଁ ତାଙ୍କୁ ଅଧିକ ୩୬ ଘଣ୍ଟା ଭାରତରେ ରହିବାକୁ ପଡ଼ିଲା। କାନାଡ଼ା ପିଏମ୍‌ଓର ପ୍ରେସ୍‌ ସଚିବ ମହମ୍ମଦ ହୁସେନ କହିଛନ୍ତି, ଯା‌ନ୍ତ୍ରିକ ତ୍ରୁଟି ସମାଧାନ ହୋଇଯାଇଛି ଏବଂ ଟ୍ରୁଡୋ ଭାରତ ଛାଡ଼ିଛନ୍ତି। କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ଆଜି ଟ୍ରୁଡୋଙ୍କ ସହ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା।

Tags: