୩୬୯ ପ‌ାଲେଷ୍ଟିନୀୟଙ୍କ ବଦଳରେ ୩ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ

ନୂଆଦିଲ୍ଲୀ: ହମାସ ଶନିବାର ଜଣେ ଆମେରିକୀୟଙ୍କ ସମେତ ୩ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରିଛି। ହମାସ ଦ୍ବାରା ମୁକ୍ତ ହୋଇଥିବା ୩ ପଣବନ୍ଦୀ ହେଉଛନ୍ତି ଲେର୍‌ ହର୍ନ‌୍ (୪୬), ସାଗୁଇ ଡେକେଲ ଚେନ୍‌(୩୬) ଏବଂ ଶାଶା ତ୍ରୋଉଫାନଭ(୨୯)। ୩୬୯ ପା‌ଲେଷ୍ଟିନୀୟ କଏଦୀଙ୍କ ବଦଳରେ ହମାସ୍‌ ଉକ୍ତ ୩ ପଣବନ୍ଦୀଙ୍କୁ ଫେରାଇଛି। ହମାସ୍‌ କବଳରୁ ଫେରିଥିବା ଉକ୍ତ ୩ ପଣବନ୍ଦୀ ଏବେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଦ୍ବାରା ସୁରକ୍ଷିତ ଅଛନ୍ତି। ଘରକୁ ଫେରିବା ପୂର୍ବରୁ ସେମାନଙ୍କର ପ୍ରଥମେ ମେଡିକାଲ […]

୩୬୯ ପ‌ାଲେଷ୍ଟିନୀୟଙ୍କ ବଦଳରେ ୩ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ
Samaya Live Picture
Published On

ନୂଆଦିଲ୍ଲୀ: ହମାସ ଶନିବାର ଜଣେ ଆମେରିକୀୟଙ୍କ ସମେତ ୩ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରିଛି। ହମାସ ଦ୍ବାରା ମୁକ୍ତ ହୋଇଥିବା ୩ ପଣବନ୍ଦୀ ହେଉଛନ୍ତି ଲେର୍‌ ହର୍ନ‌୍ (୪୬), ସାଗୁଇ ଡେକେଲ ଚେନ୍‌(୩୬) ଏବଂ ଶାଶା ତ୍ରୋଉଫାନଭ(୨୯)। ୩୬୯ ପା‌ଲେଷ୍ଟିନୀୟ କଏଦୀଙ୍କ ବଦଳରେ ହମାସ୍‌ ଉକ୍ତ ୩ ପଣବନ୍ଦୀଙ୍କୁ ଫେରାଇଛି। ହମାସ୍‌ କବଳରୁ ଫେରିଥିବା ଉକ୍ତ ୩ ପଣବନ୍ଦୀ ଏବେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଦ୍ବାରା ସୁରକ୍ଷିତ ଅଛନ୍ତି। ଘରକୁ ଫେରିବା ପୂର୍ବରୁ ସେମାନଙ୍କର ପ୍ରଥମେ ମେଡିକାଲ ଚିକିତ୍ସା କରାଯିବ ବୋଲି ଆଇଡିଏଫ୍‌ ଏକ ଟ୍ବିଟ୍‌ କରି କହିଛି। ଦୀର୍ଘଦିନ ପରେ ହମାସ କବଳରୁ ମୁକୁଳିଥିବା ପଣବନ୍ଦୀଙ୍କୁ ଆଇଡିଏଫ୍‌ ସାଲ୍ୟୁଟ୍‌ କରି ସ୍ବାଗତ କରିଛି।

Tags: