୩୬ଟି ଉପଗ୍ରହ ସହ ଦେଶର ସର୍ବବୃହତ୍ ରକେଟ୍ ଏଲଭିଏମ୍-୩ର ସଫଳ ଉତ୍କ୍ଷେପଣ
ବେଙ୍ଗାଲୁରୁ, ୨୬/୩: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆଜି ୩୬ଟି ଉପଗ୍ରହ ସହ ଦେଶର ସର୍ବବୃହତ୍ ରକେଟ୍ ଏଲଭିଏମ୍-୩ର ସଫଳ ଉତ୍କ୍ଷେପଣ କରିଛି। ଏଲ୍ଭିଏମ୍-୩ ରକେଟ୍ ୩୬ଟି ୱାନୱେବ୍ ଉପଗ୍ରହକୁ ଅତ୍ୟନ୍ତ ସଫଳପ୍ରଦ ଭାବେ କକ୍ଷପଥରେ ଅବସ୍ଥାପିତ କରିଛି। ଆଜି ସକାଳ ୯ଟା ସମୟରେ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏଲ୍ଭିଏମ୍୩ର ସଫଳ ଉତ୍କ୍ଷେପଣ କରାଯାଇଥିଲା। ବ୍ରିଟେନର ୱାନୱେବ୍ କମ୍ପାନିର ଏହି ଉପଗ୍ରହ ଗୁଡ଼ିକୁ ଆଜି ଦ୍ବିତୀୟ ପର୍ଯ୍ୟାୟରେ ସଫଳ ଅବସ୍ଥାପିତ କରାଯାଇଛି। ଗତବର୍ଷ […]
ବେଙ୍ଗାଲୁରୁ, ୨୬/୩: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆଜି ୩୬ଟି ଉପଗ୍ରହ ସହ ଦେଶର ସର୍ବବୃହତ୍ ରକେଟ୍ ଏଲଭିଏମ୍-୩ର ସଫଳ ଉତ୍କ୍ଷେପଣ କରିଛି। ଏଲ୍ଭିଏମ୍-୩ ରକେଟ୍ ୩୬ଟି ୱାନୱେବ୍ ଉପଗ୍ରହକୁ ଅତ୍ୟନ୍ତ ସଫଳପ୍ରଦ ଭାବେ କକ୍ଷପଥରେ ଅବସ୍ଥାପିତ କରିଛି। ଆଜି ସକାଳ ୯ଟା ସମୟରେ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏଲ୍ଭିଏମ୍୩ର ସଫଳ ଉତ୍କ୍ଷେପଣ କରାଯାଇଥିଲା। ବ୍ରିଟେନର ୱାନୱେବ୍ କମ୍ପାନିର ଏହି ଉପଗ୍ରହ ଗୁଡ଼ିକୁ ଆଜି ଦ୍ବିତୀୟ ପର୍ଯ୍ୟାୟରେ ସଫଳ ଅବସ୍ଥାପିତ କରାଯାଇଛି। ଗତବର୍ଷ ଅକ୍ଟୋବରରେ ପ୍ରଥମ ପର୍ଯ୍ୟାୟରେ ୱାନୱେବ୍ର ୩୬ଟି ଉପଗ୍ରହ ମହାକାଶକୁ ପଠାଯାଇଥିଲା। ଇସ୍ରୋ ଆଜି ଏହାର ୱାନୱେବ୍ ଇଣ୍ଡିଆ ମିସନ୍ର ଦ୍ବିତୀୟ ତଥା ଚୁଡ଼ାନ୍ତ ପର୍ଯ୍ୟାୟ ଉତ୍କ୍ଷେପଣ ଶେଷ କରିଛି।




