୩୪ ଭାରତୀୟ ମତ୍ସଜୀବୀଙ୍କୁ ଗିରଫ କଲା ବାଂଲାଦେଶ
ନୂଆଦିଲ୍ଲୀ: ବାଂଲାଦେଶର ତଟରକ୍ଷୀ ବାହିନୀ ୩୪ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ବାଂଲାଦେଶର ଜଳସୀମା ମଧ୍ୟରେ ମାଛ ଧରୁଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ଭାରତ ଦାବି କରିଛି। ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନାନୁସାରେ, ଜୁଲାଇ ୧୪ ରାତି ଓ ୧୫ ତାରିଖ ଭୋରରେ ଏଫ୍ବି ଝୋର ଓ ଏଫ୍ବି ମା ମାଗଲ ଚଣ୍ଡୀ ମାଛଧରା ଟ୍ରଲରରେ […]
ନୂଆଦିଲ୍ଲୀ: ବାଂଲାଦେଶର ତଟରକ୍ଷୀ ବାହିନୀ ୩୪ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ବାଂଲାଦେଶର ଜଳସୀମା ମଧ୍ୟରେ ମାଛ ଧରୁଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ଭାରତ ଦାବି କରିଛି। ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନାନୁସାରେ, ଜୁଲାଇ ୧୪ ରାତି ଓ ୧୫ ତାରିଖ ଭୋରରେ ଏଫ୍ବି ଝୋର ଓ ଏଫ୍ବି ମା ମାଗଲ ଚଣ୍ଡୀ ମାଛଧରା ଟ୍ରଲରରେ ଭାରତୀୟ ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ଯାଇଥିଲେ। ଅନ୍ତର୍ଜାତୀୟ ଜଳସୀମା ଅତିକ୍ରମ କରି ବାଂଲାଦେଶର ସୀମା ମଧ୍ୟରେ ପ୍ରବେଶ କରିଥିବାରୁ ସେମାନଙ୍କୁ ଗିରଫ କରଯାଇଥିଲା। ଏହି ଘଟଣା ପ୍ରଘଟ ହେବା ପରେ ବାଂଲାଦେଶରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯାଇଥିଲା।




