୩୨ ଆପ୍ ବିଧାୟକ ମୋ ସହ ଯୋଗାଯୋଗରେ ଅଛନ୍ତି
ନୂଆଦିଲ୍ଲୀ : କଂଗ୍ରେସ ନେତା ପ୍ରତାପ ସିଂହ ବଜ୍ୱା ତଥା ପଂଜାବରେ ବିରୋଧୀ ଦଳ ନେତା ଆଜି ଦାବି କରିଛନ୍ତି ଯେ ଆପ୍ର ୩୨ ବିଧାୟକ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି । ସେ ଲୋକମାନଙ୍କୁ ଆପ୍କୁ ଭୋଟ୍ ନେଦବାପାଇଁ ଅନୁରୋଧ କରିଛନ୍ତି। ବଜୱା କହିଛନ୍ତି, ପଂଜାବରେ କଂଗ୍ରେସ ପାଖରେ ୧୮ଟି ଆସନ ଅଛି। ତେବେ ୩୨ ଆପ୍ ବିଧାୟକଙ୍କ ସମର୍ଥନରେ ତାଙ୍କ ଦଳ ରାଜ୍ୟରେ ଶାସକ ଦଳକୁ ମାତ୍ ଦେଇପାରିବ। ବଜ୍ୱାଙ୍କ ଦାବିରେ ପ୍ରତିକ୍ରିୟା ପ୍ରକାଶ […]
ନୂଆଦିଲ୍ଲୀ : କଂଗ୍ରେସ ନେତା ପ୍ରତାପ ସିଂହ ବଜ୍ୱା ତଥା ପଂଜାବରେ ବିରୋଧୀ ଦଳ ନେତା ଆଜି ଦାବି କରିଛନ୍ତି ଯେ ଆପ୍ର ୩୨ ବିଧାୟକ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି । ସେ ଲୋକମାନଙ୍କୁ ଆପ୍କୁ ଭୋଟ୍ ନେଦବାପାଇଁ ଅନୁରୋଧ କରିଛନ୍ତି। ବଜୱା କହିଛନ୍ତି, ପଂଜାବରେ କଂଗ୍ରେସ ପାଖରେ ୧୮ଟି ଆସନ ଅଛି। ତେବେ ୩୨ ଆପ୍ ବିଧାୟକଙ୍କ ସମର୍ଥନରେ ତାଙ୍କ ଦଳ ରାଜ୍ୟରେ ଶାସକ ଦଳକୁ ମାତ୍ ଦେଇପାରିବ। ବଜ୍ୱାଙ୍କ ଦାବିରେ ପ୍ରତିକ୍ରିୟା ପ୍ରକାଶ କରି ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ତାଙ୍କୁ ପାର୍ଟି ହାଇ କମାଣ୍ଡଙ୍କ ସହ କଥା ହେବାକୁ ଚ୍ୟାଲେଂଜ କରିଛନ୍ତି। ମାନ୍ କହିଛନ୍ତି, ପ୍ରତାପ ବଜ୍ୱା ବିଜେପି ସହ ଅଛନ୍ତି ଏବଂ ସେ ବିଜେପି ପାଇଁ କାମ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିକଟରେ ଘୋଷଣା କରି କହିଥିଲେ ଯେ ପଂଜାବରେ ସମସ୍ତ ୧୩ ଲୋକସଭା ଆସନରେ ଆପ୍ ନିର୍ବାଚନ ଲଢ଼ିବ। ଏହି ଘଟଣାକୁ ନେଇ ଆପ୍ ଏବଂ କଂଗ୍ରେସ ମଧ୍ୟରେ ବିବାଦ ବଢ଼ିଛି। ଉଭୟ ଇଣ୍ଡିଆ ମେଣ୍ଟରେ ଥିଲେ ମଧ୍ୟ ଆପ୍- କଂଗ୍ରେସ ବିବାଦ ବଢ଼ିବାରେ ଲାଗିଛି।




