୩୦ ବର୍ଷୀୟା ପ୍ରେମିକାକୁ ହତ୍ୟା କଲା ହାଇଦ୍ରାବାଦ ପୁରୋହିତ, ମନ୍ଦିର ନିକଟରେ ମର ଶରୀରକୁ ଫୋପାଡ଼ିଦେଲା

ନୂଆଦିଲ୍ଲୀ : ହାଇଦ୍ରାବାଦର ଜଣେ ପୁରୋହିତ ତା’ ପ୍ରେମିକାକୁ ହତ୍ୟା କରିଛି ଏବଂ ହତ୍ୟା ପରେ ପ୍ରେମିକାର ମର ଶରୀରକୁ ଏକ ମନ୍ଦିର ନିକଟସ୍ଥ ଡ୍ରେନ୍‌ରେ ଫୋପାଡ଼ି ଦେଇଛି। ଅଭିଯୁକ୍ତ ପୁରୋହିତ ହତ୍ୟାକାଣ୍ଡ ଘଟାଇବାପରେ ନିଜ ଆଡ଼ୁ ପୁଲିସରେ ଏତଲା ରୁଜୁ କରିଥିଲା। ମହିଳା ନିଖୋଜ ଥିବା ନେଇ ସେ ପୁଲିସରେ ଏତଲା ରୁଜୁ କରିଥିଲା। କିନ୍ତୁ ପୁଲିସ ତଦନ୍ତ କରିବାପରେ ପୁରୋହିତ ହିଁ ହତ୍ୟାକାରୀ ବୋଲି ଜାଣିଛି। ଉକ୍ତ ପୁରୋହିତ ଜଣଙ୍କ ବିବାହିତ। ନାମ ଆୟାଗରି […]

Samaya Live Picture
Published On

ନୂଆଦିଲ୍ଲୀ : ହାଇଦ୍ରାବାଦର ଜଣେ ପୁରୋହିତ ତା’ ପ୍ରେମିକାକୁ ହତ୍ୟା କରିଛି ଏବଂ ହତ୍ୟା ପରେ ପ୍ରେମିକାର ମର ଶରୀରକୁ ଏକ ମନ୍ଦିର ନିକଟସ୍ଥ ଡ୍ରେନ୍‌ରେ ଫୋପାଡ଼ି ଦେଇଛି। ଅଭିଯୁକ୍ତ ପୁରୋହିତ ହତ୍ୟାକାଣ୍ଡ ଘଟାଇବାପରେ ନିଜ ଆଡ଼ୁ ପୁଲିସରେ ଏତଲା ରୁଜୁ କରିଥିଲା। ମହିଳା ନିଖୋଜ ଥିବା ନେଇ ସେ ପୁଲିସରେ ଏତଲା ରୁଜୁ କରିଥିଲା। କିନ୍ତୁ ପୁଲିସ ତଦନ୍ତ କରିବାପରେ ପୁରୋହିତ ହିଁ ହତ୍ୟାକାରୀ ବୋଲି ଜାଣିଛି। ଉକ୍ତ ପୁରୋହିତ ଜଣଙ୍କ ବିବାହିତ। ନାମ ଆୟାଗରି ସାଇ କ୍ରୀଷ୍ଣ। ତା’ ବିରୋଧରେ ମାମଲା ରୁଜୁ ହୋଇଛି। ସାଇ କ୍ରୀଷ୍ଣା ନିଜେ ପିଜେ ପୁଲିସ ହାତରେ ଧରା ପଡ଼ିଥିଲା। ସାଇ କ୍ରୀଷ୍ଣା ହତ୍ୟା କରିତିବା ମହିଳାଙ୍କ ନାଁ କରୁଗନ୍ତି ଅପ୍‌ସରା। ଅପ୍‌ସରାଙ୍କୁ ସେ ତାଙ୍କ ଭାଣିଜୀ‌ ବୋଲି କହିଥିଲା। ଗତ ମେ’ ୩ ତାରିଖରୁ ସେ ନିଖୋଜ ଥିବା ସାଇକ୍ରୀଷ୍ଣା କହିଥିଲା। ପୁଲିସ ଅନୁଯାୟୀ ସାଇକ୍ରୀଷ୍ଣ ବିବାହିତ ଏବଂ ତା’ର ୨ ପିଲା ଅଛନ୍ତି। କିନ୍ତୁ ଅପସରା ସହ ତା’ର ପରକିୟା ସମ୍ପର୍କ ଥିଲା। ପୁଲିସ ଜେରା ପରେ ସାଇ କ୍ରୀଷ୍ଣା ସବୁ ସତ ସ୍ବୀକାର କରିଛି। ଅପ୍‌ସରା ତାଙ୍କୁ ବିବାହ କରିବାକୁ ବାଧ୍ୟ କରିବାରୁ ସାଇକ୍ରୀଷ୍ଣା ତାଙ୍କୁ ହତ୍ୟା କରିଥିବା କହିଛି। ପୁଲିସ ଅନୁଯାୟୀ ଅଭିଯୁକ୍ତ ସାଇକ୍ରୀଷ୍ଣ ଅପ୍‌ସରାଙ୍କୁ ଶାମଶାବାଦରେ ହତ୍ୟା କରିଥିଲା ଏବଂ ହତ୍ୟା ପରେ ତାଙ୍କ ମର ଶରୀରକୁ ପ୍ଲାଷ୍ଟିକ୍‌ କଭର୍‌ରେ ପ୍ୟାକ୍‌ କରି ସରୁନଗରରେ ନେଇ ପକାଇ ଦେଇଥିଲା।

Tags: