୩୦ ବର୍ଷରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଘାନା ଗସ୍ତରେ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ତାଙ୍କ ୫ ବିଦେଶ ରାଷ୍ଟ୍ର ଗସ୍ତର ପ୍ରଥମ ଦିବସରେ ଘାନାରେ ପହଞ୍ଚିଛନ୍ତି। ଘାନା ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରପତି ଜନ ଡ୍ରାମାନି ମହାମା ଭବ୍ୟ ସ୍ବାଗତ କରିଥିଲେ। ୩୦ ବର୍ଷ ମଧ୍ୟରେ ମୋଦୀ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଏହି ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ରକୁ ଗସ୍ତ କରିଛନ୍ତି। । ଘାନାକୁ ୨ ଦିନିଆ ଗସ୍ତ ଅବସରରେ ମୋଦୀ ଆକ୍ରାରେ ଏକ ହୋଟେଲରେ ରହିବେ। ଉକ୍ତ ହୋଟେଲରେ ପହଞ୍ଚିବାପରେ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ତାଙ୍କ ୫ ବିଦେଶ ରାଷ୍ଟ୍ର ଗସ୍ତର ପ୍ରଥମ ଦିବସରେ ଘାନାରେ ପହଞ୍ଚିଛନ୍ତି। ଘାନା ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରପତି ଜନ ଡ୍ରାମାନି ମହାମା ଭବ୍ୟ ସ୍ବାଗତ କରିଥିଲେ। ୩୦ ବର୍ଷ ମଧ୍ୟରେ ମୋଦୀ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଏହି ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ରକୁ ଗସ୍ତ କରିଛନ୍ତି। । ଘାନାକୁ ୨ ଦିନିଆ ଗସ୍ତ ଅବସରରେ ମୋଦୀ ଆକ୍ରାରେ ଏକ ହୋଟେଲରେ ରହିବେ। ଉକ୍ତ ହୋଟେଲରେ ପହଞ୍ଚିବାପରେ ଭାରତୀୟ ବଂଶୋଦ୍ଭବ ସଦସ୍ୟମାନେ ତାଙ୍କୁ ଭବ୍ୟ ସ୍ବାଗତ କରିଲେ। ମୋଦୀ ମଧ୍ୟ ଏକ କ୍ଷୁଦ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଥିଲେ ଯେଉଁଠାରେ ପିଲାମାନେ ‘ହରେ ରାମ ହରେ କୃଷ୍ଣ’ ଜପ କରିଥିଲେ। ଗସ୍ତ ଅବସରରେ ମୋଦୀ ଦେଶର ଶୀର୍ଷ ନେତୃବୃନ୍ଦଙ୍କ ସହ କଥା ହେବେ ଏବଂ ସୁଦୃଢ଼ ଦ୍ବିପାକ୍ଷିକ ସହଭାଗିତାର ସମୀକ୍ଷା କରିବେ । ମୋଦୀଙ୍କ ଗସ୍ତ ଅବସରରେ ଭାରତ ଏବଂ ଘାନା ମଧ୍ୟରେ କେତେକ ଦ୍ବିପାକ୍ଷିକ ଚୁକ୍ତି ସ୍ବାକ୍ଷର ହୋଇଛି।




