୩୦ ଟଙ୍କା ପାଇଁ ଉତ୍ତରପ୍ରଦେଶରେ ଏକାଦଶ ଶ୍ରେଣୀ ଛାତ୍ରକୁ ତଣ୍ଟି ଚିପି ହତ୍ୟା

ଲକ୍ଷ୍ନୌ : ସାମାନ୍ୟ ୩୦ ଟଙ୍କା ପାଇଁ ଉତ୍ତରପ୍ରଦେଶରେ ଜଣେ ଏକାଦଶ ଶ୍ରେଣୀ ଛାତ୍ରକୁ ହତ୍ୟା କରାଯାଇଛି। ୩୦ ଟଙ୍କାକୁ ନେଇ ୩ ଜଣଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ବଚସା ଅତି ଚରମ ସୀମାରେ ପହଞ୍ଚିଥିଲା ଏବଂ ଜଣେ ଏକାଦଶ ଶ୍ରେଣୀ ଛାତ୍ରକୁ ଏଥିପାଇଁ ତଣ୍ଟିଚିପି ହତ୍ୟା କରାଯାଇଛି। ଛାତ୍ରର ନାଁ ହ୍ରିତିକ। ବରୌତ ଥାନା ଅଧୀନସ୍ଥ ବାଗପତ ଗ୍ରାମରେ ଏହି ଘଟଣା ଘଟିଛି। ହ୍ରିତିକଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ ହ୍ରିତିକଙ୍କର ୩୦ ଟଙ୍କା […]

Samaya Live Picture
Published On

ଲକ୍ଷ୍ନୌ : ସାମାନ୍ୟ ୩୦ ଟଙ୍କା ପାଇଁ ଉତ୍ତରପ୍ରଦେଶରେ ଜଣେ ଏକାଦଶ ଶ୍ରେଣୀ ଛାତ୍ରକୁ ହତ୍ୟା କରାଯାଇଛି। ୩୦ ଟଙ୍କାକୁ ନେଇ ୩ ଜଣଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ବଚସା ଅତି ଚରମ ସୀମାରେ ପହଞ୍ଚିଥିଲା ଏବଂ ଜଣେ ଏକାଦଶ ଶ୍ରେଣୀ ଛାତ୍ରକୁ ଏଥିପାଇଁ ତଣ୍ଟିଚିପି ହତ୍ୟା କରାଯାଇଛି। ଛାତ୍ରର ନାଁ ହ୍ରିତିକ। ବରୌତ ଥାନା ଅଧୀନସ୍ଥ ବାଗପତ ଗ୍ରାମରେ ଏହି ଘଟଣା ଘଟିଛି। ହ୍ରିତିକଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ ହ୍ରିତିକଙ୍କର ୩୦ ଟଙ୍କା ପାଇଁ ଗ୍ରାମର ୩ ଜଣଙ୍କ ସହ ବଚସା ହୋଇଥିଲା। ଏହି କାରଣ ପାଇଁ ସେମାନେ ହ୍ରିତିକଙ୍କୁ ତଣ୍ଟି ଚିପି ମାରି ଦେଇଛନ୍ତି। ଶୁକ୍ରବାର ରାତି ୯ଟାରେ ଏହି ଘଟଣା ଘଟିଛି। ଏସଏଚଓ କହିଛନ୍ତି, ସମସ୍ତ ୩ ଅଭିଯୁକ୍ତ ହ୍ରିତିକଙ୍କୁ ଜାଣିଥିଲେ ଏବଂ ତାଙ୍କ ଶରୀରରେ କୌଣସି ଚିହ୍ନ ନାହିଁ। ଉକ୍ତ ଘଟଣାରେ ଏକ ଏତଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି।

Tags: