୩୦ ଘରୋଇ ଓ ଅନ୍ତର୍ଜାତୀୟ ବିମାନକୁ ବୋମା ଧମକ; ଉତ୍ସ ଖୋଜୁଛି ଗୃହ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ଭାରତୀୟ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ବିଭିନ୍ନ ଘରୋଇ ଓ ଅନ୍ତର୍ଜାତୀୟ ସଂସ୍ଥାର ବିମାନକୁ ବୋମା ଧମକ ମିଳିବା ଜାରି ରହିଛି। ଗତକାଲିଠାରୁ ଆଜି ସୁଦ୍ଧା ୩୦ଟି ବିମାନକୁ ବୋମା ଧମକ ମିଳିଛି। ଇଣ୍ଡିଗୋ, ଭିସ୍ତାରା ଏବଂ ଏୟାର ଇଣ୍ଡିଆ ସମେତ ପ୍ରମୁଖ ଭାରତୀୟ ବିମାନ କମ୍ପାନିଗୁଡ଼ିକୁ ବୋମା ଧମକ ଜାରି ରହିଥିବା ବେଳେ ଯଥାସମ୍ଭବ ସୁରକ୍ଷା ପ୍ରୋଟୋକଲ କାର୍ଯ୍ୟକାରୀ କରି ବିମାନ ଚଳାଚଳ ସ୍ବାଭାବିକ ରଖିବା ପାଇଁ ପ୍ରୟାସ ହେଉଛି। ଭିସ୍ତାରା ଏୟାରଲାଇନ୍ସ ସୋସିଆଲ ମିଡିଆ […]
ନୂଆଦିଲ୍ଲୀ: ଭାରତୀୟ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ବିଭିନ୍ନ ଘରୋଇ ଓ ଅନ୍ତର୍ଜାତୀୟ ସଂସ୍ଥାର ବିମାନକୁ ବୋମା ଧମକ ମିଳିବା ଜାରି ରହିଛି। ଗତକାଲିଠାରୁ ଆଜି ସୁଦ୍ଧା ୩୦ଟି ବିମାନକୁ ବୋମା ଧମକ ମିଳିଛି। ଇଣ୍ଡିଗୋ, ଭିସ୍ତାରା ଏବଂ ଏୟାର ଇଣ୍ଡିଆ ସମେତ ପ୍ରମୁଖ ଭାରତୀୟ ବିମାନ କମ୍ପାନିଗୁଡ଼ିକୁ ବୋମା ଧମକ ଜାରି ରହିଥିବା ବେଳେ ଯଥାସମ୍ଭବ ସୁରକ୍ଷା ପ୍ରୋଟୋକଲ କାର୍ଯ୍ୟକାରୀ କରି ବିମାନ ଚଳାଚଳ ସ୍ବାଭାବିକ ରଖିବା ପାଇଁ ପ୍ରୟାସ ହେଉଛି। ଭିସ୍ତାରା ଏୟାରଲାଇନ୍ସ ସୋସିଆଲ ମିଡିଆ ମାଧ୍ୟମରେ ବୋମା ଧମକ ପାଇବା ପରେ ଆବଶ୍ୟକ ଯାଞ୍ଚ ସହ ଏହା ଯଥାରୀତି ଉଡ଼ାଣ କରିଛି। ଏୟାର ଇଣ୍ଡିଆ ମଧ୍ୟ ନିଶ୍ଚିତ କରିଛି ଯେ ଏହାର କିଛି ବିମାନ ଗତକାଲି ଓ ଆଜି ସୁରକ୍ଷା ଆଲର୍ଟ ଅଧୀନରେ ରହିଛି ଏବଂ ପ୍ରାୟ ସମସ୍ତ ଧମକ ଯାଞ୍ଚରୁ ମିଥ୍ୟା ପ୍ରମାଣିତ ହୋଇଛି। ସପ୍ତାହକରେ ପ୍ରାୟ ୧୩୦ଟି ବୋମାନକୁ ବୋମା ଧମକ ମିଳିବା ସତ୍ତ୍ବେ ସବୁ କ୍ଷେତ୍ରରେ ସୁରକ୍ଷା ପ୍ରକ୍ରିୟାକୁ କଡ଼ାକଡ଼ି ଭାବେ ପାଳନ କରାଯାଇଛି ଏବଂ ସମସ୍ତ ବିମାନ ସୁରକ୍ଷିତ ଭାବେ ଅବତରଣ କରିଛି। ଯାତ୍ରୀ, ପରିଚାଳକ ସଦସ୍ୟଙ୍କ ସୁରକ୍ଷା ଏବଂ ବିମାନର ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି ଏୟାର ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି। ବୋମା ଧମକ ସୋସିଆଲ ମିଡିଆରେ ପୋଷ୍ଟ କରିବା ପାଇଁ ଡାର୍କୱେବ୍ ବ୍ୟବହାର କରାଯାଇଛି ଏବଂ ଗୃହ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଏହି ଧମକର ଉତ୍ସ ଏବଂ ଏହା ପଛରେ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ କାମ କରୁଛି।




