୩୦୩ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ, ମାନବଚାଲାଣ ସନ୍ଦେହ
ନୂଆଦିଲ୍ଲୀ : ଦୁବାଇରୁ ୩୦୩ଜଣ ଭାରତୀୟ ନାଗରିକଙ୍କୁ ନେଇ ନିକାରାଗୁଆ ଯାଉଥିବା ଏକ ବିମାନକୁ ଫ୍ରାନ୍ସ ପୁଲିସ ମାର୍ନେଠାରେ ଅଟକାଇଛି। ମାନବଚାଲାଣ ନେଇ ଗୁଇନ୍ଦା ରିପୋର୍ଟ ମିଳିବାପରେ ଫ୍ରାନ୍ସ ଏହି ବିମାନକୁ ଅଟକାଇଛି ବୋଲି ଦୂତାବାସ ସୂତ୍ରରୁ ଜଣାପଡ଼ିଛି। ରୋମାନିଆ ଚାର୍ଟର କମ୍ପାନି- ଲିଜେଣ୍ଡ ଏୟାରଲାଇନ୍ସର ଏକ ବିମାନ ୩୦୩ଜଣ ଭାରତୀୟଙ୍କୁ ନେଇ ଦୁବାଇରୁ ନିକାରାଗୁଆ ଯାଉଥିଲା। ତେବେ ଏହି ବିମାନ ମାନବଚାଲାଣରେ ନିୟୋଜିତ ବୋଲି ଗୁପ୍ତ ସୂଚନା ମିଳିବାପରେ ଫ୍ରାନ୍ସ ତତ୍ପରତା ଦେଖାଇଥିଲା। ଫ୍ରାନ୍ସ ପୁଲିସ […]
ନୂଆଦିଲ୍ଲୀ : ଦୁବାଇରୁ ୩୦୩ଜଣ ଭାରତୀୟ ନାଗରିକଙ୍କୁ ନେଇ ନିକାରାଗୁଆ ଯାଉଥିବା ଏକ ବିମାନକୁ ଫ୍ରାନ୍ସ ପୁଲିସ ମାର୍ନେଠାରେ ଅଟକାଇଛି। ମାନବଚାଲାଣ ନେଇ ଗୁଇନ୍ଦା ରିପୋର୍ଟ ମିଳିବାପରେ ଫ୍ରାନ୍ସ ଏହି ବିମାନକୁ ଅଟକାଇଛି ବୋଲି ଦୂତାବାସ ସୂତ୍ରରୁ ଜଣାପଡ଼ିଛି। ରୋମାନିଆ ଚାର୍ଟର କମ୍ପାନି- ଲିଜେଣ୍ଡ ଏୟାରଲାଇନ୍ସର ଏକ ବିମାନ ୩୦୩ଜଣ ଭାରତୀୟଙ୍କୁ ନେଇ ଦୁବାଇରୁ ନିକାରାଗୁଆ ଯାଉଥିଲା। ତେବେ ଏହି ବିମାନ ମାନବଚାଲାଣରେ ନିୟୋଜିତ ବୋଲି ଗୁପ୍ତ ସୂଚନା ମିଳିବାପରେ ଫ୍ରାନ୍ସ ତତ୍ପରତା ଦେଖାଇଥିଲା। ଫ୍ରାନ୍ସ ପୁଲିସ ଭାତ୍ରେଠାରେ ଥିବା ଏକ କ୍ଷୁଦ୍ର ବିମାନବନ୍ଦରରେ ବିମାନକୁ ଅବତରଣ କରିବାକୁ ବାଧ୍ୟ କରିଥିଲା। ମାର୍ନେ ପୁଲିସ ଘଟଣା ସମ୍ପର୍କରେ ଏହା କହିଛି ଯେ ବିମାନରେ ବେଆଇନ ମାନବ ଚାଲାଣ ହେଉଥିବା ସୂଚନା ପାଇବାମାତ୍ରେ ଏଲିଟ୍ କମାଣ୍ଡ୍ ସେଣ୍ଟରକୁ ସୂଚନା ଦିଆଯାଇଥିଲା। ପୁଲିସ ଉକ୍ତ ମାମଲାରେ ଦୁଇଜଣଙ୍କୁ ଅଟକ ରଖି ଜେରା କରୁଛି। ବିମାନଯାତ୍ରୀଙ୍କ ବିଶ୍ରାମ ନିମନ୍ତେ ବନ୍ଦରର ଅଭ୍ୟର୍ଥନା ପ୍ରକୋଷ୍ଠରେ ଅସ୍ଥାୟୀ ବନ୍ଦୋବସ୍ତ କରାଯାଇଛି। ଇତିମଧ୍ୟରେ ଅଟକ ଥିବା ବିମାନ ସଂପର୍କରେ ଭାରତୀୟ ଦୂତାବାସକୁ ଫ୍ରାନ୍ସ କର୍ତ୍ତୃପକ୍ଷ ତଥ୍ୟ ପ୍ରଦାନ କରିବା ସହ ମାନବଚାଲାଣ ମାମଲାର ତଦନ୍ତ ପାଇଁ ଦୂତାବାସ ସହାୟତା ଲୋଡ଼ିଛନ୍ତି। ଅଟକ ବିମାନରେ ଥିବା ପ୍ରାୟ ସମସ୍ତ ଯାତ୍ରୀ ଭାରତୀୟ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।




