ସୁଦାନରୁ ୨ ହଜାରରୁ ଅଧିକ ନାଗରିକ ଭାରତ ଫେରିଲେଣି

ନୂଆଦିଲ୍ଲୀ : ଅପରେସନ କାବେରୀ ଅଧୀନରେ ସୁଦାନରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରବିବାର ଦିନ ସୁଦାନରୁ ଉଦ୍ଧାର ହୋଇଥିବା ୧୮୬ ଭାକରତୀୟ କୋଚିରେ ପହଞ୍ଚିଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ଏହି ସୂଚନା ପ୍ରଦାନ କରିଛନ୍ତି। ରବିବାର ଦିନ ଅନ୍ୟ ଏକ ବ୍ୟାଚରେ ୨୨୯ ଭାରତୀୟ ବେଙ୍ଗାଲୁରୁରେ ପହଞ୍ଚିଥିବାବେଳେ ୩୬୫ ଜଣ ଏହାର ଦିନକ ପୂର୍ବରୁ ଦିଲ୍ଲୀରେ ପହଞ୍ଚିଛନ୍ତି। ସେହିପରି ଅପରେସନ କାବେରୀ ଅଧୀନରେ ଅନ୍ୟ ୨ ବ୍ୟାଚ୍ରେ ୭୫୪ ଜଣ ଶୁକ୍ରବାର […]

Samaya Live Picture
Published On

ନୂଆଦିଲ୍ଲୀ : ଅପରେସନ କାବେରୀ ଅଧୀନରେ ସୁଦାନରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରବିବାର ଦିନ ସୁଦାନରୁ ଉଦ୍ଧାର ହୋଇଥିବା ୧୮୬ ଭାକରତୀୟ କୋଚିରେ ପହଞ୍ଚିଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ଏହି ସୂଚନା ପ୍ରଦାନ କରିଛନ୍ତି। ରବିବାର ଦିନ ଅନ୍ୟ ଏକ ବ୍ୟାଚରେ ୨୨୯ ଭାରତୀୟ ବେଙ୍ଗାଲୁରୁରେ ପହଞ୍ଚିଥିବାବେଳେ ୩୬୫ ଜଣ ଏହାର ଦିନକ ପୂର୍ବରୁ ଦିଲ୍ଲୀରେ ପହଞ୍ଚିଛନ୍ତି। ସେହିପରି ଅପରେସନ କାବେରୀ ଅଧୀନରେ ଅନ୍ୟ ୨ ବ୍ୟାଚ୍ରେ ୭୫୪ ଜଣ ଶୁକ୍ରବାର ଦିନ ଭାରତରେ ଆସି ପହଞ୍ଚିଥିଲେ। ମୋଟ୍ ୨,୧୪୦ ଜଣଙ୍କୁ ଭାରତ ଫେରାଗଲାଣି। ଅନ୍ୟପକ୍ଷେ ସୁଦାନକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଲଢ଼େଇ ତୃତୀୟ ସପ୍ତାହରେ ବି ବଳବତ୍ତର ରହିଛି। ଆଜି ସାମରିକ ଯୁଦ୍ଧବିରତି ଶେଷ ହେବାପରେ ଲଢ଼େଇ ଭୀଷଣ ରୂପ ନେଇଛି। ରାଜଧାନୀ ଖାରତୁମ ଅଞ୍ଚଳରେ ଦୁଇ ପକ୍ଷ ମଧ୍ୟରେ ଜୋରଦାର ସଂଗ୍ରାମରେ ସାଧାରଣ ଲୋକମାନେ ବି ବଳି ପଡ଼ୁଛନ୍ତି। ଲଢ଼େଇ ପୁଣି ତୀବ୍ର ହୋଇଯାଇଥିବାରୁ କ୍ଷତିଗ୍ରସ୍ତ ଅଂଚଳରେ ଲୋକଙ୍କ ନିକଟରେ ଜରୁରୀ ସହାୟତା ବି ପହଞ୍ଚି ପାରୁନାହିଁ। ରାଜଧାନୀ ଖାରତୁମ୍ରେ ୭୦ ପ୍ରତିଶତ ସ୍ବାସ୍ଥ୍ୟସେବା ଭୁଶୁଡ଼ି ପଡ଼ିଛି । ଏହି ପରିସ୍ଥିତିରେ ଦେଶ ଛାଡ଼ି ହଜାର ହଜାର ଲୋକ ପଳାୟନ କରୁଥିବା ବେଳେ ଭାରତ ପକ୍ଷରୁ ସେଠାରେ ଫସିଥିବା ଭାରତୀୟମାନଙ୍କୁ ଉଦ୍ଧାର କରାଯାଉଛି। ୟୁଏଇ, ଇଂଲଣ୍ଡ ଓ ଆମେରିକା ନିଜ ନାଗରିକଙ୍କୁ ଉଦ୍ଧାର କରୁଥିବା ବେଳେ ଭାରତ ଅପରେସନ କାବେରୀ ଜରିଆରେ ସାଉଦି ଆରବ ସହାୟତାରେ ନିଜ ଲୋକଙ୍କୁ ଉଦ୍ଧାର ଅଭିଯାନ ଜାରି ରଖିଛି। ଶନିବାର ୧୦ମ ବ୍ୟାଚ୍ରେ ୧୩୫ ଜଣ ଲୋକଙ୍କୁ ବାୟୁସେନା ବିମାନ ସି୧୩୦ଜେ ସାହାଯ୍ୟରେ ସୁଦାନ ବନ୍ଦରରୁ ଉଦ୍ଧାର କରାଯାଇଛି। ଇତି ମଧ୍ୟରେ ଆମେରିକାର ୨ ଜଣ ନାଗରିକଙ୍କର ସୁଦାନରେ ମୃତ୍ୟୁ ହୋଇଥିବା ଆମେରିକା ପ୍ରକାଶ କରିଛି। ସେମାନଙ୍କ ମଧ୍ୟରୁ ଜଣେ ବିପକ୍ଷ ସେନାଙ୍କ ଗୁଳିବିନିମୟର ଶିକାର ହୋଇଥିଲେ ଏବଂ ଆଉ ଜଣଙ୍କୁ ତାଙ୍କ ଘର ଓ ପରିବାର ଆଗରେ ଛୁରି ଭୁଷି ହତ୍ୟା କରାଯାଇଥିଲା।

Tags: