୨ ଦିନିଆ ମଣିପୁର ଗସ୍ତରେ ରାହୁଲ ଗାନ୍ଧି
ଇମ୍ଫାଲ : କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ୨ ଦିନିଆ ମଣିପୁର ଗସ୍ତରେ ଅଛନ୍ତି। ରାହୁଲ ରିଲିଫ୍ ଶିବିର ବୁଲିବେ ଏବଂ ହିଂସାର ଶିକାର ହେବାପରେ ଘର ଛାଡ଼ି ରିଲିଫ୍ ଶିବିବରେ ରହୁଥିବା ଲୋକଙ୍କ ସହ କଥା ହେବେ। ଇମ୍ଫାଲ ଏବଂ ଚୁରାଚାନ୍ଦପୁରର ବିଭିନ୍ନ ସିଭିଲ୍ ସୋସାଇଟି ପ୍ରତିନିଧିଙ୍କୁ ରାହୁଲ ଭେଟିବେ ବୋଲି କଂଗ୍ରେସ ସାଧାରଣ ସଚିବ କେସି ବେଣୁଗୋପାଳ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମଣିପୁର ଗତ ୨ ମାସ ହେବ ଜଳୁଛି। ଗତ ମେ’ […]
ଇମ୍ଫାଲ : କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ୨ ଦିନିଆ ମଣିପୁର ଗସ୍ତରେ ଅଛନ୍ତି। ରାହୁଲ ରିଲିଫ୍ ଶିବିର ବୁଲିବେ ଏବଂ ହିଂସାର ଶିକାର ହେବାପରେ ଘର ଛାଡ଼ି ରିଲିଫ୍ ଶିବିବରେ ରହୁଥିବା ଲୋକଙ୍କ ସହ କଥା ହେବେ। ଇମ୍ଫାଲ ଏବଂ ଚୁରାଚାନ୍ଦପୁରର ବିଭିନ୍ନ ସିଭିଲ୍ ସୋସାଇଟି ପ୍ରତିନିଧିଙ୍କୁ ରାହୁଲ ଭେଟିବେ ବୋଲି କଂଗ୍ରେସ ସାଧାରଣ ସଚିବ କେସି ବେଣୁଗୋପାଳ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମଣିପୁର ଗତ ୨ ମାସ ହେବ ଜଳୁଛି। ଗତ ମେ’ ୩ ତାରିଖରେ ମଣିପୁରରେ ହିଂସା ହେବା ପରଠାରୁ ରାଜ୍ୟରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ଏବଂ ୫୦ ହଜାର ଲୋକଙ୍କୁ ବିସ୍ଥାପିତ କରାଯାଇଛି। ବିଶୃଙ୍ଖଳ ଜନତା ଅନେକ ନେତା ଏବଂ ମନ୍ତ୍ରୀଙ୍କ ଘର ପୋଡ଼ିଜାଳି ଦେଇଛନ୍ତି।




