୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ, ୨୭/୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି। ରାଷ୍ଟ୍ରପତି ହେବାପରେ ମୁର୍ମୁ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ରାଷ୍ଟ୍ରପତି ଆଜି କୋଲକାତାରେ ପହଞ୍ଚିବାପରେ ରାଜ୍ୟପାଳ ଡ. ସିଭି ଆନନ୍ଦ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ପାଛୋଟି ନେଇଥିଲେ । ମୁର୍ମୁ ପ୍ରଥମେ କୋଲକାତାର ନେତାଜୀ ଭବନରେ ନେତାଜୀ ସୁଭାଷ ଚନ୍ଦ୍ର ବୋସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କ ଯାତ୍ରା ଆରମ୍ଭ କରିଛନ୍ତି। ପ୍ରଖ୍ୟାତ କବି ଏବଂ […]
ନୂଆଦିଲ୍ଲୀ, ୨୭/୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି। ରାଷ୍ଟ୍ରପତି ହେବାପରେ ମୁର୍ମୁ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ରାଷ୍ଟ୍ରପତି ଆଜି କୋଲକାତାରେ ପହଞ୍ଚିବାପରେ ରାଜ୍ୟପାଳ ଡ. ସିଭି ଆନନ୍ଦ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ପାଛୋଟି ନେଇଥିଲେ । ମୁର୍ମୁ ପ୍ରଥମେ କୋଲକାତାର ନେତାଜୀ ଭବନରେ ନେତାଜୀ ସୁଭାଷ ଚନ୍ଦ୍ର ବୋସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କ ଯାତ୍ରା ଆରମ୍ଭ କରିଛନ୍ତି। ପ୍ରଖ୍ୟାତ କବି ଏବଂ ଦାର୍ଶନିକ ରବିନ୍ଦ୍ରନାଥ ଟାଗୋରଙ୍କ ବାସଭବନ ଜୋରାସାଙ୍କୋ ଠାକୁରବାଡ଼ିରେ ସେ ଟାଗୋରଙ୍କୁ ସମ୍ମାନ ଜ୍ଞାପନ କରିବେ। ମୁର୍ମୁ ଆଜି କୋଲକାତାର ନେତାଜୀ ଇନଡୋର ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଗସ୍ତର ଦ୍ବିତୀୟ ଦିନରେ ମୁର୍ମୁ ବେଲୁର ମଠ ଯିବେ। ରାଷ୍ଟ୍ରପତି ମଧ୍ୟ ଶାନ୍ତିନିକେତନ ଯାଇ ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟର ବାର୍ଷିକ ସମାରୋହରେ ଅଧ୍ୟକ୍ଷତା କରିବେ।




