୨ ଦିନରେ କର୍ଣ୍ଣାଟକରେ ୬ ରାଲି, ୨ଟି ରୋଡସୋ କରିବେ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ୨ ଦିନିଆ କର୍ଣ୍ଣାଟକ ଗସ୍ତରେ ଅଛନ୍ତି। ମୋଦୀ ଆଜି ଏବଂ ଆସନ୍ତାକାଲି କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର କରିବେ। ୨ ଦିନରେ ମୋଦୀ ୬ଟି ରାଲି ଏବଂ ୨ଟି ରୋଡ୍ସୋ କରିବେ। ଫେବ୍ରୁଆରି ପରଠାରୁ ମୋଦୀଙ୍କର ଏହା କର୍ଣ୍ଣାଟକକୁ ନବମ ଗସ୍ତ। ମୋଦୀ ଆଜି ବିଦର ଜିଲ୍ଲାର ହୁମନାବାଦରେ ଏକ ନିର୍ବାଚନ ରାଲି କରିଛନ୍ତି। ଦିନ ୧୧ଟାରେ ବିଦରେ ରାଲି କରିବାପରେ ମୋଦୀ ଦିନ ଗୋଟାଏରେ ବିଜୟପୁରା ଏବଂ ଦିନ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ୨ ଦିନିଆ କର୍ଣ୍ଣାଟକ ଗସ୍ତରେ ଅଛନ୍ତି। ମୋଦୀ ଆଜି ଏବଂ ଆସନ୍ତାକାଲି କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର କରିବେ। ୨ ଦିନରେ ମୋଦୀ ୬ଟି ରାଲି ଏବଂ ୨ଟି ରୋଡ୍ସୋ କରିବେ। ଫେବ୍ରୁଆରି ପରଠାରୁ ମୋଦୀଙ୍କର ଏହା କର୍ଣ୍ଣାଟକକୁ ନବମ ଗସ୍ତ। ମୋଦୀ ଆଜି ବିଦର ଜିଲ୍ଲାର ହୁମନାବାଦରେ ଏକ ନିର୍ବାଚନ ରାଲି କରିଛନ୍ତି। ଦିନ ୧୧ଟାରେ ବିଦରେ ରାଲି କରିବାପରେ ମୋଦୀ ଦିନ ଗୋଟାଏରେ ବିଜୟପୁରା ଏବଂ ଦିନ ୨.୪୫ରେ ବେଲଗଭିରେ ନିର୍ବାଚନ ରାଲି କରିବେ। ଆଜି ସନ୍ଧ୍ୟାରେ ମୋଦୀ ଉତ୍ତର ବେଙ୍ଗାଲୁରୁରେ ରୋଡ୍ସୋ କରିବେ। ମୋଦୀ ଆଜି ରାତିରେ ବେଙ୍ଗାଲୁରୁରେ ରହିବେ। ଆସନ୍ତାକାଲି ସକାଳେ ମୋଦୀ ହାସନ ଜିଲ୍ଲାରେ ନିର୍ବାଚନ ପ୍ରଚାର କରିବେ। ଆସନ୍ତାକାଲି ଦିଲ୍ଲୀ ଆସିବା ପୂର୍ବରୁ ମୋଦୀ ମହୀଶୁରରେ ରୋଡ୍ସୋ କରିବେ।




