୨୬/୧୧ ମାଷ୍ଟରମାଇଣ୍ଡ୍ ହାଫିଜ ସୟିଦକୁ ପ୍ରତ୍ୟର୍ପଣ କରିବାକୁ ପାକିସ୍ତାନକୁ ସରକାରୀ ଭାବେ କହିଲା ଭାରତ

ନୂଆଦିଲ୍ଲୀ : ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍ ଏବଂ ଏଲଇଟି (ଲସ୍କର ଏ ତୋଏବା) ମୁଖ୍ୟ ହାଫିଜ ସୟିଦକୁ ସରକାରୀ ଭାବେ ହସ୍ତାନ୍ତର କରିବାପାଇଁ ଭାରତ ସରକାର ପାକିସ୍ତାନକୁ ଅନୁରୋଧ କରିଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ପାକିସ୍ତାନ ସରକାରଙ୍କୁ ଏନେଇ ସରକାରୀ ଭାବେ ଅନୁରୋଧ ପଠାଯାଇଛି। ହାଫିଜ ସୟିଦର ପ୍ରତ୍ୟର୍ପଣ ପାଇଁ ନ୍ୟାୟିକ ପ୍ରକ୍ରିୟା ଆରମ୍ଭ କରିବାପାଇଁ ମନ୍ତ୍ରାଳୟ ପକ୍ଷରୁ ଅନୁରୋଧ ପଠାଯାଇଛି। ସୟିଦକୁ ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଭାବେ ତାଲିକାଭୁକ୍ତ କରାଯାଇଛି। ତା’ ମୁଣ୍ଡରେ […]

Samaya Live Picture
Published On

ନୂଆଦିଲ୍ଲୀ : ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍ ଏବଂ ଏଲଇଟି (ଲସ୍କର ଏ ତୋଏବା) ମୁଖ୍ୟ ହାଫିଜ ସୟିଦକୁ ସରକାରୀ ଭାବେ ହସ୍ତାନ୍ତର କରିବାପାଇଁ ଭାରତ ସରକାର ପାକିସ୍ତାନକୁ ଅନୁରୋଧ କରିଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ପାକିସ୍ତାନ ସରକାରଙ୍କୁ ଏନେଇ ସରକାରୀ ଭାବେ ଅନୁରୋଧ ପଠାଯାଇଛି। ହାଫିଜ ସୟିଦର ପ୍ରତ୍ୟର୍ପଣ ପାଇଁ ନ୍ୟାୟିକ ପ୍ରକ୍ରିୟା ଆରମ୍ଭ କରିବାପାଇଁ ମନ୍ତ୍ରାଳୟ ପକ୍ଷରୁ ଅନୁରୋଧ ପଠାଯାଇଛି। ସୟିଦକୁ ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଭାବେ ତାଲିକାଭୁକ୍ତ କରାଯାଇଛି। ତା’ ମୁଣ୍ଡରେ ୧୦ ମିଲିଅନ ଡଲାରର ପୁରସ୍କାର ରାଶି ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ସଇଦକୁ ପ୍ରତ୍ୟର୍ପଣ କରିବାପାଇଁ ଭାରତ ଲଗାତାର ଭାବେ ଦାବି କରି ଆସିଛି। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତି ନଥିବାରୁ ପ୍ରକ୍ରିୟାକୁ ଅଧିକ ଜଟିଳ କରିଦେଇଛି।

Tags: