୨୬ ସପ୍ତାହ‌ରେ ଗର୍ଭପାତ ଅନୁମତି ଦେଲେନି ସୁପ୍ରିମକୋର୍ଟ, ‘ଆମେ ହୃତସ୍ପନ୍ଦନ ବନ୍ଦ କରିପାରିବୁନି’

ନୂଆଦିଲ୍ଲୀ: ୨୬ ସପ୍ତାହରେ ଗର୍ଭପାତ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିବା ଜଣେ ମହିଳାଙ୍କ ଆବେଦନକୁ ଶେଷରେ କୋର୍ଟ ଆଜି ଖାରଜ କରିଦେଇଛନ୍ତି। ଉକ୍ତ ମାମଲାରେ ଏମ୍ସର ମେଡିକାଲ ବୋର୍ଡ ରିପୋର୍ଟକୁ ଆଧାର କରି କୋର୍ଟ ମହିଳାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଗର୍ଭସ୍ଥ ଭୃଣ ସମ୍ପୂର୍ଣ୍ଣ ସୁସ୍ଥ ଓ ସ୍ବାଭାବିକ ଅଛି ବୋଲି ଏମ୍ସ ରିପୋର୍ଟ ଦେବା ପରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ମହିଳାଙ୍କ ଭୃଣରେ କୌଣସି ଅସ୍ୱାଭାବିକତା ରହିଛି କି ନା’ ସେନେଇ ସୁପ୍ରିମ୍‌କୋର୍ଟ ଶୁକ୍ରବାର […]

Samaya Live Picture
Published On

ନୂଆଦିଲ୍ଲୀ: ୨୬ ସପ୍ତାହରେ ଗର୍ଭପାତ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିବା ଜଣେ ମହିଳାଙ୍କ ଆବେଦନକୁ ଶେଷରେ କୋର୍ଟ ଆଜି ଖାରଜ କରିଦେଇଛନ୍ତି। ଉକ୍ତ ମାମଲାରେ ଏମ୍ସର ମେଡିକାଲ ବୋର୍ଡ ରିପୋର୍ଟକୁ ଆଧାର କରି କୋର୍ଟ ମହିଳାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଗର୍ଭସ୍ଥ ଭୃଣ ସମ୍ପୂର୍ଣ୍ଣ ସୁସ୍ଥ ଓ ସ୍ବାଭାବିକ ଅଛି ବୋଲି ଏମ୍ସ ରିପୋର୍ଟ ଦେବା ପରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ମହିଳାଙ୍କ ଭୃଣରେ କୌଣସି ଅସ୍ୱାଭାବିକତା ରହିଛି କି ନା’ ସେନେଇ ସୁପ୍ରିମ୍‌କୋର୍ଟ ଶୁକ୍ରବାର ମେଡିକାଲ ବୋର୍ଡଠାରୁ ରିପୋର୍ଟ ମାଗିଥିଲେ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ପ୍ରଧାନ ବିଚାରପତି କହିଥିଲେ- ‘ଆମେ ହୃତ୍‌ସ୍ପନ୍ଦନ ବନ୍ଦ କରିପାରିବୁ ନାହିଁ।’ ତା’ଛଡ଼ା ଏହି ଗର୍ଭପାତ ପାଇଁ ଅନୁମତି ଦେଲେ ତାହା ମେଡିକାଲ ଟର୍ମିନେସନ୍ ଅଫ୍ ପ୍ରେଗ୍ନାନ୍ସି (ଏମ୍‌ଟିପି) ଆଇନର ଉଳ୍ଲଂଘନ ହେବ ।

Tags: