୨୫୦ ପଣବନ୍ଦୀଙ୍କୁ ଉଦ୍ଧାର କଲା ଇସ୍ରାଏଲ ସେନା

ନୂଆଦିଲ୍ଲୀ: ଇସ୍ରାଏଲ ସେନା ହମାସ ଆତଙ୍କବାଦୀଙ୍କ କବଳରୁ ୨୫୦ ପଣବନ୍ଦୀଙ୍କୁ ଉଦ୍ଧାର କରିଛି ଏବଂ ଏକ ଅପରେସନ୍‌ରେ ୬୦ ହମାସ୍‌ ଆତଙ୍କବାଦୀଙ୍କୁ ନିପାତ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଅନୁଯାୟୀ ଏହାର ଫ୍ଲୋଟିଲ୍ଲା ୧୩ ବିଭାଗ ଦ୍ବାରା ୨୫୦ ପଣବନ୍ଦୀଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷେ ୬୦ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ସେହିପରି ୨୫ ଜଣ ହମାସ୍‌ ଆତଙ୍କବାଦୀଙ୍କୁ କବ୍‌ଜା କରାଯାଇଛି। ସେମାନଙ୍କ ମଧ୍ୟରେ ହମାସ୍‌ ନାଭାଲ୍‌ ଡିଭିଜନ୍‌ର ଉପ କମାଣ୍ଡର ମହମ୍ମଦ ଅବୁ ଅଲି ଅଛି। ଅନ୍ୟପକ୍ଷେ […]

Samaya Live Picture
Published On

ନୂଆଦିଲ୍ଲୀ: ଇସ୍ରାଏଲ ସେନା ହମାସ ଆତଙ୍କବାଦୀଙ୍କ କବଳରୁ ୨୫୦ ପଣବନ୍ଦୀଙ୍କୁ ଉଦ୍ଧାର କରିଛି ଏବଂ ଏକ ଅପରେସନ୍‌ରେ ୬୦ ହମାସ୍‌ ଆତଙ୍କବାଦୀଙ୍କୁ ନିପାତ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଅନୁଯାୟୀ ଏହାର ଫ୍ଲୋଟିଲ୍ଲା ୧୩ ବିଭାଗ ଦ୍ବାରା ୨୫୦ ପଣବନ୍ଦୀଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷେ ୬୦ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ସେହିପରି ୨୫ ଜଣ ହମାସ୍‌ ଆତଙ୍କବାଦୀଙ୍କୁ କବ୍‌ଜା କରାଯାଇଛି। ସେମାନଙ୍କ ମଧ୍ୟରେ ହମାସ୍‌ ନାଭାଲ୍‌ ଡିଭିଜନ୍‌ର ଉପ କମାଣ୍ଡର ମହମ୍ମଦ ଅବୁ ଅଲି ଅଛି। ଅନ୍ୟପକ୍ଷେ ଉତ୍ତର ଗାଜା ଷ୍ଟ୍ରିପ୍‌ରେ ପଣବନ୍ଦୀ ଥିବା ପ୍ରାୟ ୧୩ ଇସ୍ରାଏଲୀ ଏବଂ ବିଦେଶୀ ନାଗରିକଙ୍କର ଇସ୍ରାଏଲ ବିମାନ ଆକ୍ରମଣରେ ମୃତ୍ୟୁ ହୋଇଛି ବୋଲି ହମାସ୍‌ ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ଦାବି ହୋଇଛି। ୫ଟି ସ୍ଥାନରେ ଇସ୍ରାଏଲ ଯୁଦ୍ଧ ବିମାନର ଟାର୍ଗେଟ୍‌ ଆକ୍ରମଣ ଯୋଗୁଁ ୧୩ ଜଣ ପଣବନ୍ଦୀଙ୍କର ମୃତ୍ୟୁ ହୋଇଥିବା ହମାସ ଦାବି କରିଛି। ହମାସ ଅନୁଯାୟୀ ଇସ୍ରାଏଲ ଗାଜା ଷ୍ଟ୍ରିପ୍‌ରେ ରକେଟ୍‌ମାଡ଼ କରିବା ଦ୍ବାରା ଏଠାରେ ୧୫୦୦ରୁ ଅଧି୍କ ଲୋକଙ୍କ ମୃତ୍ୟୁ ହୋଇଛି। ଗାଜା ସ୍ଥିତ ହମାସ ଗଣମାଧ୍ୟମ ଅଫିସ ଅନୁଯାୟୀ ମୃତକଙ୍କ ମଧ୍ୟରେ ୫୦୦ ଶିଶୁ ଅଛନ୍ତି।

Tags: