୨୫ହଜାର କୋଟି ଟଙ୍କାର ବ୍ୟାଙ୍କ୍‌ ଦୁର୍ନୀତି ମାମଲାରେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରାଙ୍କୁ କ୍ଲିନଚିଟ୍

ନୂଆଦିଲ୍ଲୀ : ୨୫ହଜାର କୋଟି ଟଙ୍କାର ଏମଏସସିବି ବ୍ୟାଙ୍କ୍‌ ଦୁର୍ନୀତି ମାମଲାରେ ମହାରାଷ୍ଟ୍ର ପୁଲିସର ଆର୍ଥିକ ଅପରାଧ ଶାଖା (ଇଓଡବ୍ଲୁ) ଦ୍ବାରା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ କ୍ଲିନଚିଟ୍‌ ମିଳିଛି। ବିରୋଧୀ ଶିବସେନା ୟୁବିଟି ଉକ୍ତ ଘଟଣାରେ ପ୍ରତିକ୍ରିୟା ରଖିଛି। ଶିବସେନା (ୟୁବିଟି) ନେତା ଆନନ୍ଦ ଡୁବେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଭିଯୋଗ ଉଠାଇଥିଲେ ଏବଂ ପାୱାର ପରିବାରକୁ ଦୁର୍ନୀତିଗ୍ରସ୍ତ କହିଥିଲେ। କିନ୍ତୁ ଆଜି ସୁନେତ୍ରାଙ୍କୁ କ୍ଲିନଚିଟ୍‌ ମିଳିଗଲା। ସମସ୍ତ […]

Samaya Live Picture
Published On

ନୂଆଦିଲ୍ଲୀ : ୨୫ହଜାର କୋଟି ଟଙ୍କାର ଏମଏସସିବି ବ୍ୟାଙ୍କ୍‌ ଦୁର୍ନୀତି ମାମଲାରେ ମହାରାଷ୍ଟ୍ର ପୁଲିସର ଆର୍ଥିକ ଅପରାଧ ଶାଖା (ଇଓଡବ୍ଲୁ) ଦ୍ବାରା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ କ୍ଲିନଚିଟ୍‌ ମିଳିଛି। ବିରୋଧୀ ଶିବସେନା ୟୁବିଟି ଉକ୍ତ ଘଟଣାରେ ପ୍ରତିକ୍ରିୟା ରଖିଛି। ଶିବସେନା (ୟୁବିଟି) ନେତା ଆନନ୍ଦ ଡୁବେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଭିଯୋଗ ଉଠାଇଥିଲେ ଏବଂ ପାୱାର ପରିବାରକୁ ଦୁର୍ନୀତିଗ୍ରସ୍ତ କହିଥିଲେ। କିନ୍ତୁ ଆଜି ସୁନେତ୍ରାଙ୍କୁ କ୍ଲିନଚିଟ୍‌ ମିଳିଗଲା। ସମସ୍ତ ନେତା ଯେଉଁମାନେ ଅଭିଯୁକ୍ତ ଏବଂ ପରେ ବିଜେପିରେ ଯୋଗ ଦେଇଛନ୍ତି ସେମାନଙ୍କୁ ସବୁ କ୍ଲିନଚିଟ୍‌ ମିଳିଛି। ଏନସିପି ଅଜିତ ପାୱାର ଗୋଷ୍ଠୀର ପ୍ରାର୍ଥୀ ସୁନେତ୍ରା ପାୱାର ତାଙ୍କ ନଣନ୍ଦ ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ବିରୋଧରେ ମହାରାଷ୍ଟ୍ରରେ ବାରମତି ଲୋକସଭା ଆସନରେ ନିର୍ବାଚନ ଲଢ଼ୁଛନ୍ତି। ସୁପ୍ରିୟା ସୁଲେ ହେଉଛନ୍ତି ଏନସିପି ଶରଦ ପାୱାର ଗୋଷ୍ଠୀର। ବାରମତିକୁ ପାୱାର ପରିବାରର ଗଡ଼ ଭାବେ ବିବେଚନା କରାଯାଏ।

Tags: