୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ଇରାନ , ସହଯୋଗ ପାଇଁ ଯୁଦ୍ଧଜାହାଜ ପଠାଇଲା ଆମେରିକା

ନୂଆଦିଲ୍ଲୀ : ଇସ୍ରାଏଲ ଖୁବଶୀଘ୍ର ଇରାନ ଉପରେ ଆକ୍ରମଣ କରିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ଆମେରିକା ଏବଂ ଅନ୍ୟ ଗୁଇନ୍ଦା ସଂସ୍ଥା କହିଛନ୍ତି, ଅପ୍ରତ୍ୟାଶିତ ଆକ୍ରମଣ ଏକ ଆଞ୍ଚଳିକ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିପାରେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଇସ୍ରାଏଲକୁ ଚେତାବନୀ ଦେଇ କହିଛନ୍ତି ଯେ ଖୁବଶୀଘ୍ର ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିବ। ୱାଲଷ୍ଟ୍ରିଟ ଜର୍ଣ୍ଣାଲ ଏବଂ ବ୍ଲୁମବର୍ଗର […]

Samaya Live Picture
Published On

ନୂଆଦିଲ୍ଲୀ : ଇସ୍ରାଏଲ ଖୁବଶୀଘ୍ର ଇରାନ ଉପରେ ଆକ୍ରମଣ କରିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ଆମେରିକା ଏବଂ ଅନ୍ୟ ଗୁଇନ୍ଦା ସଂସ୍ଥା କହିଛନ୍ତି, ଅପ୍ରତ୍ୟାଶିତ ଆକ୍ରମଣ ଏକ ଆଞ୍ଚଳିକ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିପାରେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଇସ୍ରାଏଲକୁ ଚେତାବନୀ ଦେଇ କହିଛନ୍ତି ଯେ ଖୁବଶୀଘ୍ର ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିବ। ୱାଲଷ୍ଟ୍ରିଟ ଜର୍ଣ୍ଣାଲ ଏବଂ ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଡ୍ରୋନ୍ ଦ୍ବାରା ବୋମାବର୍ଷା ହୋଇପାରେ। ଇରାନ ଉଭୟ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଦ୍ବାରା ଆକ୍ରମଣ କରିବ ବୋଲି ରିପୋର୍ଟରୁ ଜଣାପଡ଼ିଛି। ତେବେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଆମେରିକା ଇସ୍ରାଏଲକୁ ସହଯୋଗର ହାତ ବଢ଼ାଇଛି। ଇସ୍ରାଏଲ ଏବଂ ଆମେରିକା ବାହିନୀକୁ ସୁରକ୍ଷା ଦେବାପାଇଁ ଆମେରିକା ଅତିରିକ୍ତ ସାମରିକ ସାରଞ୍ଜାମ ପଠାଇଛି।

Tags: