୨୪ ଘଣ୍ଟାରେ ୪୨ କରୋନା ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୨,୧୯୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ସଂକ୍ରମଣ ୬୭,୫୫୬ରେ ପହଞ୍ଚିଛି। ୨୪ ଘଣ୍ଟାରେ ୪୨ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୧,୩୦୦ରେ ପହଞ୍ଚିଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୪୮,୮୧,୮୭୭। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୧୫ ପ୍ରତିଶତ। ଅନ୍ୟପକ୍ଷେ କରୋନା ଆରୋଗ୍ୟ ହାର ୦.୧୫ ପ୍ରତିଶତ। ମୋଟ୍ ୪ଳ୪୨,୮୩,୦୨୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟୁହାର […]

Samaya Live Picture
Published On

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୨,୧୯୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ସଂକ୍ରମଣ ୬୭,୫୫୬ରେ ପହଞ୍ଚିଛି। ୨୪ ଘଣ୍ଟାରେ ୪୨ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୧,୩୦୦ରେ ପହଞ୍ଚିଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୪୮,୮୧,୮୭୭। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୧୫ ପ୍ରତିଶତ। ଅନ୍ୟପକ୍ଷେ କରୋନା ଆରୋଗ୍ୟ ହାର ୦.୧୫ ପ୍ରତିଶତ। ମୋଟ୍ ୪ଳ୪୨,୮୩,୦୨୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟୁହାର ୧.୧୮ ପ୍ରତିଶତ। ତେବେ ସଂକ୍ରମଣ ବଢ଼ୁଥିବାରୁ ସରକାର ୮ଟି ରାଜ୍ୟକୁ ସତର୍କ ରହିବାପାଇଁ କହିଛନ୍ତି। ଏହି ୮ଟି ରାଜ୍ୟ ହେଉଛନ୍ତି ଉତ୍ତରପ୍ରଦେଶ, ତାମିଲନାଡ଼ୁ, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, ହରିୟାଣା ଏବଂ ଦିଲ୍ଲୀ। ଏହି ରାଜ୍ୟ ମାନଙ୍କରେ କିଛି ଜିଲ୍ଲାରେ କୋଭିଡ ପଜିଟିଭ ହାର ୧୦ ପ୍ରତିଶତ ଉପରେ ରହିଛି।

Tags: