୨୪ ଘଣ୍ଟାରେ ୩୮ କରୋନା ମୃତ୍ୟୁ
ନୂଆଦିଲ୍ଲୀ, ୧୯/୪ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ସହ ମୃତ୍ୟୁ ମଧ୍ୟ ବଢ଼ିଲାଣି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୧,୧୯୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ ୫ ଜଣଙ୍କର, ଛତିଶଗଡ଼ରେ ୪ ଜଣଙ୍କର, କର୍ଣ୍ଣାଟକରେ ୩ ଜଣଙ୍କର, ରାଜସ୍ଥାନରେ ୨ ଜଣଙ୍କର ଏବଂ ପୁଡ଼ୁଚେରୀ, ପଂଜାବ, ତାମିଲନାଡ଼ୁ, ଉତ୍ତରପ୍ରଦେଶ ଏବଂ କେରଳରେ ଗୋଟିଏ […]
ନୂଆଦିଲ୍ଲୀ, ୧୯/୪ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ସହ ମୃତ୍ୟୁ ମଧ୍ୟ ବଢ଼ିଲାଣି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୧,୧୯୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ ୫ ଜଣଙ୍କର, ଛତିଶଗଡ଼ରେ ୪ ଜଣଙ୍କର, କର୍ଣ୍ଣାଟକରେ ୩ ଜଣଙ୍କର, ରାଜସ୍ଥାନରେ ୨ ଜଣଙ୍କର ଏବଂ ପୁଡ଼ୁଚେରୀ, ପଂଜାବ, ତାମିଲନାଡ଼ୁ, ଉତ୍ତରପ୍ରଦେଶ ଏବଂ କେରଳରେ ଗୋଟିଏ ଲେଖାଏ କରୋନା ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ କେରଳ ପୂର୍ବର ୧୧ ଟି ମୃତ୍ୟୁକୁ କରୋନା ଜନିତ ମୃତ୍ୟୁ ବୋଲି ସ୍ପଷ୍ଟ କରିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୦,୫୪୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ସଂକ୍ରମଣ ୬୩,୫୬୨ରେ ପହଞ୍ଚିଛି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୧୪ ପ୍ରତିଶତ। ଦେଶରେ ଦୈନିକ ପଜିଟିଭ ହାର ୪.୩୯ ପ୍ରତିଶତ। ଅନ୍ୟପକ୍ଷେ ମୃତ୍ୟୁ ହାର ୧.୧୮ ପ୍ରତିଶତ। ମୋଟ୍ ୪,୪୨,୫୦,୬୪୯ ଜଣ କରୋନାରୁ ସୁସ୍ଥ ହେଲେଣି। ଦେଶରେ ଆରୋଗ୍ୟ ହାର ୯୮.୬୭ ପ୍ରତିଶତ।




