୨୪ ଘଣ୍ଟାରେ ୨୭ କରୋନା ମୃତ୍ୟୁ

ନୂଆଦିଲ୍ଲୀ , ୧୫/୪ : ଦେଶରେ ଗତ ୨୪ ଘଣ୍ଟାରେ ୧୦,୭୫୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ସକ୍ରିୟ ସଂକ୍ରମଣ ୫୩,୭୨୦ ପହଞ୍ଚିଛି। ଓମିକ୍ରନ ଉପପ୍ରଜାତି ଏକ୍ସବିବି.୧.୧୬ ପାଇଁ ଦେଶରେ ସଂକ୍ରମଣ ବଢ଼ୁଛି। ଦେଶରେ ଦୈନିକ ପଜିଟିଭ ହାର ୬.୭୮ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ ହାର ୪.୪୯ ପ୍ରତିଶତ। ମୋଟ୍ ୪.୪୮ କୋଟି ଲୋକ କରୋନା ସଂକ୍ରମିତ ହେଲେଣି। ୪.୪୨ କୋଟି ଲୋକ କରୋନାରୁ […]

Samaya Live Picture
Published On

ନୂଆଦିଲ୍ଲୀ , ୧୫/୪ : ଦେଶରେ ଗତ ୨୪ ଘଣ୍ଟାରେ ୧୦,୭୫୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ସକ୍ରିୟ ସଂକ୍ରମଣ ୫୩,୭୨୦ ପହଞ୍ଚିଛି। ଓମିକ୍ରନ ଉପପ୍ରଜାତି ଏକ୍ସବିବି.୧.୧୬ ପାଇଁ ଦେଶରେ ସଂକ୍ରମଣ ବଢ଼ୁଛି। ଦେଶରେ ଦୈନିକ ପଜିଟିଭ ହାର ୬.୭୮ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ ହାର ୪.୪୯ ପ୍ରତିଶତ। ମୋଟ୍ ୪.୪୮ କୋଟି ଲୋକ କରୋନା ସଂକ୍ରମିତ ହେଲେଣି। ୪.୪୨ କୋଟି ଲୋକ କରୋନାରୁ ସୁସ୍ଥ ହେଲେଣି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ରାଜସ୍ଥାନରେ ୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, ଜମ୍ମୁ କାଶ୍ମୀର, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ ଜଣେ ଲେଖାଏ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ କେରଳ ପୂର୍ବ ୬ଟି ମୃତ୍ୟୁକୁ ଏହାର ନୂଆ ତଥ୍ୟରେ ଯୋଡ଼ିଛି।

Tags: