୨୪ ଘଣ୍ଟାରେ ୨୧ କରୋନା ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବଢ଼ିବା ସହ ମୃତ୍ୟୁ ମଧ୍ୟ ବଢ଼ୁଛି। ଗତ ୨୪ ଘଣ୍ଟାରେ ଦେଶରେ ୨୧ ନୂଆ କରୋନା ମୃତ୍ୟୁ ସହ ମୋଟ୍ ମୃତ୍ୟୁସଂଖ୍ୟା ୫,୩୧,୦୦୦ରେ ପହଞ୍ଚିଛି। ଦିଲ୍ଲୀ, ପଂଜାବ ଏବଂ ରାଜସ୍ଥାନରେ ଗତ ୨୪ ଘଣ୍ଟାରେ ୩ ଲେଖାଏଁ କରୋନା ମୃତ୍ୟୁ ହୋଇଥିବାବେଳେ କର୍ଣ୍ଣାଟକରେ ୨ଟି କରୋନା ମୃତ୍ୟୁ ହୋଇଛି। ଗୁଜରାଟ, ହରିୟାଣା, ମହାରାଷ୍ଟ୍ର ଏବଂ ତାମିଲନାଡ଼ୁରେ ଗୋଟିଏ ଲେଖାଏଁ କରୋନା ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ କେରଳ ପୂର୍ବର ୬ଟି ମୃତ୍ୟୁକୁ […]

Samaya Live Picture
Published On

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବଢ଼ିବା ସହ ମୃତ୍ୟୁ ମଧ୍ୟ ବଢ଼ୁଛି। ଗତ ୨୪ ଘଣ୍ଟାରେ ଦେଶରେ ୨୧ ନୂଆ କରୋନା ମୃତ୍ୟୁ ସହ ମୋଟ୍ ମୃତ୍ୟୁସଂଖ୍ୟା ୫,୩୧,୦୦୦ରେ ପହଞ୍ଚିଛି। ଦିଲ୍ଲୀ, ପଂଜାବ ଏବଂ ରାଜସ୍ଥାନରେ ଗତ ୨୪ ଘଣ୍ଟାରେ ୩ ଲେଖାଏଁ କରୋନା ମୃତ୍ୟୁ ହୋଇଥିବାବେଳେ କର୍ଣ୍ଣାଟକରେ ୨ଟି କରୋନା ମୃତ୍ୟୁ ହୋଇଛି। ଗୁଜରାଟ, ହରିୟାଣା, ମହାରାଷ୍ଟ୍ର ଏବଂ ତାମିଲନାଡ଼ୁରେ ଗୋଟିଏ ଲେଖାଏଁ କରୋନା ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ କେରଳ ପୂର୍ବର ୬ଟି ମୃତ୍ୟୁକୁ କରୋନା ମୃତ୍ୟୁ ବୋଲି ସ୍ପଷ୍ଟ କରିଛି। ଦେଶରୋ ଗତ ୨୪ ଘଣ୍ଟାରେ ୫,୬୭୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହେବା ସହ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୭,୦୯୩ରେ ପହଞ୍ଚିଛି। ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪.୪୭ କୋଟି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୦୮ ପ୍ରତିଶତ। ଅନ୍ୟପକ୍ଷେ କରୋନା ଆରୋଗ୍ୟ ହାର ୯୮.୭୩ ପ୍ରତିଶତକୁ ବୃଦ୍ଧି ପାଇଛି।

Tags: