୨୩ ମାସ ପରେ ଜେଲ୍ରୁ ମୁକୁଳିଲେ ସପା ନେତା ଆଜମ ଖାନ୍
ଲକ୍ଷ୍ନୌ: ବରିଷ୍ଠ ସମାଜବାଦୀ ପାର୍ଟି (ସପା) ନେତା ଏବଂ ପୂର୍ବତନ ଉତ୍ତରପ୍ରଦେଶ ମନ୍ତ୍ରୀ ଆଜମ ଖାନ୍ ସୀତାପୁର ଜେଲ୍ରୁ ମୁକୁଳିଛନ୍ତି। ଏକାଧିକ ଅପରାଧିକ ମାମଲାରେ ପାଖାପାଖି ୨୩ ମାସ ଜେଲ୍ରେ ରହିବାପରେ ଆଜମ ଖାନ୍ ଆଜି ସୀତାପୁର ଜେଲ୍ରୁ ବାହାରିଛନ୍ତି। ଶହ ଶହ ସଂଖ୍ୟାରେ ଦଳୀୟ କର୍ମୀ ଏବଂ ସମର୍ଥକମାନେ ଆଜି ଜେଲ୍ ବାହାରେ ରହି ତାଙ୍କୁ ସ୍ବାଗତ କରିଥିଲେ। ଆଜମ ଖାନ୍ ଜେଲ୍ରୁ ମୁକୁଳିବା ପରେ ସିଧାସଳଖ ରାମପୁର ଅଭିମୁଖେ ବାହାରିଥିଲେ। ତେବେ ସେ ଗଣମାଧ୍ୟମକୁ […]
ଲକ୍ଷ୍ନୌ: ବରିଷ୍ଠ ସମାଜବାଦୀ ପାର୍ଟି (ସପା) ନେତା ଏବଂ ପୂର୍ବତନ ଉତ୍ତରପ୍ରଦେଶ ମନ୍ତ୍ରୀ ଆଜମ ଖାନ୍ ସୀତାପୁର ଜେଲ୍ରୁ ମୁକୁଳିଛନ୍ତି। ଏକାଧିକ ଅପରାଧିକ ମାମଲାରେ ପାଖାପାଖି ୨୩ ମାସ ଜେଲ୍ରେ ରହିବାପରେ ଆଜମ ଖାନ୍ ଆଜି ସୀତାପୁର ଜେଲ୍ରୁ ବାହାରିଛନ୍ତି। ଶହ ଶହ ସଂଖ୍ୟାରେ ଦଳୀୟ କର୍ମୀ ଏବଂ ସମର୍ଥକମାନେ ଆଜି ଜେଲ୍ ବାହାରେ ରହି ତାଙ୍କୁ ସ୍ବାଗତ କରିଥିଲେ। ଆଜମ ଖାନ୍ ଜେଲ୍ରୁ ମୁକୁଳିବା ପରେ ସିଧାସଳଖ ରାମପୁର ଅଭିମୁଖେ ବାହାରିଥିଲେ। ତେବେ ସେ ଗଣମାଧ୍ୟମକୁ କୌଣସି ଟିପ୍ପଣୀ ଦେଇନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ୭୭ ବର୍ଷୀୟ ଖାନ୍ ଜେଲ୍ରୁ ମୁକୁଳିବା ଆଜି ପ୍ରାୟ ୨ ଘଣ୍ଟା ବିଳମ୍ବ ହୋଇଥିଲା। କିଛି ପୁରୁଣା ମାମଲାରେ କିଛି ଔପଚାରିକତା ପୂରଣ ହୋଇନଥିବାରୁ ଖାନ୍ଙ୍କର ଜେଲ୍ରୁ ମୁକୁଳିବା ୨ ଘଣ୍ଟା ବିଳମ୍ବ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ଆଜମ ଖାନ୍ଙ୍କ ବିରୋଧରେ ଥିବା ଶେଷ ମାମଲାରେ ରାମପୁର କୋର୍ଟ ତାଙ୍କୁ ମୁକ୍ତ କରିବାପାଇଁ ନିର୍ଦ୍ଦେଶ ଦେବାପରେ ସେ ମୁକୁଳିଛନ୍ତି। ଶେଷ ମାମଲା ଯେଉଁଥିରେ ଆଜମ ଖାନ୍ଙ୍କୁ ଜାମିନ ମିଳିଛି ତାହା ୨୦୨୦ରେ ରାମପୁରର ସିଭିଲ ଲାଇନ୍ସ ଥାନାରେ ରୁଜୁ ହୋଇଥିଲା।




