୨୨୩ ମହିଳା କମିଟି କର୍ମଚାରୀଙ୍କୁ ବହିଷ୍କାର କଲେ ଦିଲ୍ଲୀ ଉପରାଜ୍ୟପାଳ , ପ୍ରତିକ୍ରିୟା ରଖିଲେ ସ୍ବାତୀ ମଲିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ମହିଳା କମିସନରେ ୨୨୩ ମହିଳା କର୍ମଚାରୀଙ୍କ ବହିଷ୍କାରକୁ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ସ୍ବୀକୃତି ଦେଇଛନ୍ତି। ୨୨୩ ମହିଳା କର୍ମଚାରୀଙ୍କ ନିଯୁକ୍ତକୁ ବେଆଇନ ଏବଂ ଅନିୟମିତତା ଦର୍ଶାଇ ୨୨୩ ମହିଳା କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି। ଦିଲ୍ଲୀ ମହିଳା କମିସନର ପୂର୍ବତନ ଅଧ୍ୟକ୍ଷ ସ୍ବାତୀ ମଲିୱାଲ ବିନା ଅନୁମତିରେ ଏହି ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଅଭିଯୋଗ ହେବାପରେ ଉପରାଜ୍ୟପାଳ ୨୨୩ ମହିଳା କର୍ମଚାରୀଙ୍କ ବହିଷ୍କାରକୁ ସ୍ବୀକୃତି ଦେଇଛନ୍ତି। ଅର୍ଥ ବିଭାଗ ଏବଂ […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ମହିଳା କମିସନରେ ୨୨୩ ମହିଳା କର୍ମଚାରୀଙ୍କ ବହିଷ୍କାରକୁ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ସ୍ବୀକୃତି ଦେଇଛନ୍ତି। ୨୨୩ ମହିଳା କର୍ମଚାରୀଙ୍କ ନିଯୁକ୍ତକୁ ବେଆଇନ ଏବଂ ଅନିୟମିତତା ଦର୍ଶାଇ ୨୨୩ ମହିଳା କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି। ଦିଲ୍ଲୀ ମହିଳା କମିସନର ପୂର୍ବତନ ଅଧ୍ୟକ୍ଷ ସ୍ବାତୀ ମଲିୱାଲ ବିନା ଅନୁମତିରେ ଏହି ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଅଭିଯୋଗ ହେବାପରେ ଉପରାଜ୍ୟପାଳ ୨୨୩ ମହିଳା କର୍ମଚାରୀଙ୍କ ବହିଷ୍କାରକୁ ସ୍ବୀକୃତି ଦେଇଛନ୍ତି। ଅର୍ଥ ବିଭାଗ ଏବଂ ଉପରାଜ୍ୟପାଳଙ୍କ ବିନା ଅନୁମତିରେ ସ୍ବାତୀ ମଲିୱାଲ ଏହି ମହିଳାମାନଙ୍କୁ ନିଯୁକ୍ତି ଦେଇଥିଲେ। ମହିଳା ଏବଂ ଶିଶୁ ବିଭାଗ ଅତିରିକ୍ତ ନିର୍ଦ୍ଦେଶକଙ୍କ ଦ୍ବାରା ଜାରି ହୋଇଥିବା ନିର୍ଦ୍ଦେଶରେ ଏହା କୁହାଯାଇଛି ଯେ ଡିସିଡବ୍ଲ୍ୟୁ ଆଇନ ଅଧୀନରେ ୪୦ ପଦବୀକୁ ସ୍ବୀକୃତି ମିଳିଛି। ଅତିରିକ୍ତ ସଦସ୍ୟଙ୍କ ନିଯୁକ୍ତି ପାଇଁ କୌଣସି ସ୍ବୀକୃତି ଦିଆଯାଇନି। ଡିସିଡବ୍ଲ୍ୟୁ ନିର୍ଦ୍ଦେଶନାମାରେ ଏହା କୁହାଯାଇଛି ଯେ ସେମାନଙ୍କୁ ଠିକା ଆଧାରରେ ନିଯୁକ୍ତି ଦେବାପାଇଁ ଡିସିଡବ୍ଲ୍ୟୁର କ୍ଷମତା ନାହିଁ। ତେବେ ଉକ୍ତ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ସ୍ବାତୀ ମଲିୱାଲ ଏକ୍ସରେ ଏକ ପୋଷ୍ଟ୍ କରିଛନ୍ତି। ସ୍ବାତୀ କହିଛନ୍ତି, ଏଲଜି ସାହେବ ଡିସିଡବ୍ଲ୍ୟୁର ସମସ୍ତ ଠିକା କର୍ମଚାରୀଙ୍କୁ ବହିଷ୍କାର କରିବାପାଇଁ ତୁଗଲକି ଅର୍ଡର ଜାରି କରିଛନ୍ତି।

Tags: