୨୨ରେ ମଣିପୁର ଯିବେ ସୁପ୍ରିମକୋର୍ଟଙ୍କ ୬ ଜଣିଆ ବିଚାରପତି ଟିମ୍‌

ନୂଆଦିଲ୍ଲୀ: ବିଚାରପତି ବି.ଆର୍‌ ଗଭାଇଙ୍କ ନେତୃତ୍ବ‌ାଧୀନ ୬ ଜଣିଆ ଟିମ୍‌ ଆସନ୍ତା ୨୨ ତାରିଖରେ ହିଂସା ପ୍ରବଣ ମଣିପୁରର ରିଲିଫ୍‌ ଶିବିର ଗୁଡ଼ିକ ଗସ୍ତ କରି ସ୍ଥିତି ସମୀକ୍ଷା କରିବେ। ବିଚାରପତିମାନେ ସେଠାକାର ଆକଳନ କରିବା ସହ ସେମାନେ ନ୍ୟାୟିକ ଏବଂ ମାନବୀୟ ସହାୟତା ସୁଦୃଢ଼ କରିବେ। ଏହି ୬ ଜଣିଆ ପ୍ରତିନିଧି ମଣ୍ଡଳୀରେ ଜଷ୍ଟିସ ସୂର୍ଯ୍ୟ କାନ୍ତ, ବିକ୍ରମ ନାଥ, ଏମଏମ୍‌ ସୁନ୍ଦ୍ରେଶ, କେଭି ବିଶ୍ବନାଥନ ଏବଂ ଏନ୍‌ କୋଟିଶ୍ବର ଅଛନ୍ତି। ସୁପ୍ରିମକୋର୍ଟ ସଙ୍କଟକୁ ଅତି […]

Samaya Live Picture
Published On

ନୂଆଦିଲ୍ଲୀ: ବିଚାରପତି ବି.ଆର୍‌ ଗଭାଇଙ୍କ ନେତୃତ୍ବ‌ାଧୀନ ୬ ଜଣିଆ ଟିମ୍‌ ଆସନ୍ତା ୨୨ ତାରିଖରେ ହିଂସା ପ୍ରବଣ ମଣିପୁରର ରିଲିଫ୍‌ ଶିବିର ଗୁଡ଼ିକ ଗସ୍ତ କରି ସ୍ଥିତି ସମୀକ୍ଷା କରିବେ। ବିଚାରପତିମାନେ ସେଠାକାର ଆକଳନ କରିବା ସହ ସେମାନେ ନ୍ୟାୟିକ ଏବଂ ମାନବୀୟ ସହାୟତା ସୁଦୃଢ଼ କରିବେ। ଏହି ୬ ଜଣିଆ ପ୍ରତିନିଧି ମଣ୍ଡଳୀରେ ଜଷ୍ଟିସ ସୂର୍ଯ୍ୟ କାନ୍ତ, ବିକ୍ରମ ନାଥ, ଏମଏମ୍‌ ସୁନ୍ଦ୍ରେଶ, କେଭି ବିଶ୍ବନାଥନ ଏବଂ ଏନ୍‌ କୋଟିଶ୍ବର ଅଛନ୍ତି। ସୁପ୍ରିମକୋର୍ଟ ସଙ୍କଟକୁ ଅତି ନିକଟରୁ ନିରୀକ୍ଷଣ କରୁଛନ୍ତି ଏବଂ ଏହି ଗସ୍ତ ବାସ୍ତବ ସ୍ଥିତି ମୁକାବିଲା ଦିଗରେ ଏକ ପଦକ୍ଷେପ ହେବ। ରିଲିଫ୍‌ ଶିବିର ଗୁଡ଼ିକୁ ସୁପ୍ରିମକୋର୍ଟ ବିଚାରପତିଙ୍କ ପ୍ରତିନିଧି ମଣ୍ଡଳୀର ଗସ୍ତ ପାଇଁ କର୍ତ୍ତୃପକ୍ଷମାନେ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି।

 

Tags: