୨୦୨୮ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜେଡି ଭାନ୍ସଙ୍କୁ ମସ୍କଙ୍କ ସମର୍ଥନ
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି। ଟେସଲା ମୁଖ୍ୟ ଏଲନ୍ ମସ୍କ ତାଙ୍କୁ ୨୦୨୮ ରାଷ୍ଟ୍ରପତି ନିର୍ବାଚନ ପାଇଁ ସମର୍ଥନ ଦେବେ ବୋଲି କହିଛନ୍ତି। ନୂଆ ଦଳ ‘ଆମେରିକା ପାର୍ଟି’ ଗଠନ କରି ରିପବ୍ଲିକାନ ପାର୍ଟିକୁ ଚାଲେଞ୍ଜ କରିବା ଅପେକ୍ଷା ସେ ତାଙ୍କ ବ୍ୟବସାୟକୁ ଅଧିକ ଗୁରୁତ୍ବ ଦେବେ। ନୂଆ ଦଳ ଗଠନ କଲେ ତାଙ୍କର ଭାନ୍ସଙ୍କ ସହିତ ସମ୍ପର୍କ ଖରାପ ହେବ ବୋଲି ମସ୍କ ଅନୁମାନ କରିଛନ୍ତି। ଏହା ପରିବର୍ତ୍ତେ […]
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି। ଟେସଲା ମୁଖ୍ୟ ଏଲନ୍ ମସ୍କ ତାଙ୍କୁ ୨୦୨୮ ରାଷ୍ଟ୍ରପତି ନିର୍ବାଚନ ପାଇଁ ସମର୍ଥନ ଦେବେ ବୋଲି କହିଛନ୍ତି। ନୂଆ ଦଳ ‘ଆମେରିକା ପାର୍ଟି’ ଗଠନ କରି ରିପବ୍ଲିକାନ ପାର୍ଟିକୁ ଚାଲେଞ୍ଜ କରିବା ଅପେକ୍ଷା ସେ ତାଙ୍କ ବ୍ୟବସାୟକୁ ଅଧିକ ଗୁରୁତ୍ବ ଦେବେ। ନୂଆ ଦଳ ଗଠନ କଲେ ତାଙ୍କର ଭାନ୍ସଙ୍କ ସହିତ ସମ୍ପର୍କ ଖରାପ ହେବ ବୋଲି ମସ୍କ ଅନୁମାନ କରିଛନ୍ତି। ଏହା ପରିବର୍ତ୍ତେ ଭାନ୍ସ ଯଦି ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୁଅନ୍ତି ତାହାଲେ ସେ ତାଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ ଯୋଗାଇ ଦେବେ ବୋଲି କହିଛନ୍ତି। ୨୦୨୪ରେ ମସ୍କ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ଦଳ ଓ ଟ୍ରମ୍ପଙ୍କ ପ୍ରଚାର ପାଇଁ ୩୦୦ ନିୟୁତ ଡଲାର ଖର୍ଚ୍ଚ କରିଥିଲେ। ତେବେ ‘ଆମେରିକା ପାର୍ଟି’ ଗଠନକୁ ସେ ପୂରାପୂରି ଖାରଜ କରିନାହାନ୍ତି। ୨୦୨୬ ମଧ୍ୟବର୍ତ୍ତିକାଳୀନ ନିର୍ବାଚନର ଫଳାଫଳ ପରେ ସେ ନୂଆ ଦଳ ଗଠନ ନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଗତମାସରେ ସେ ଟ୍ରମ୍ପଙ୍କ ସହ ମୁହାଁମୁହିଁ ହେବାପରେ ନୂଆ ଦଳ ଗଠନ କରିବାକୁ ଧମକ ଦେଇଥିଲେ। ଆମେରିକାର ଦ୍ବିଦଳୀୟ ବ୍ୟବସ୍ଥାକୁ ସେ ଚାଲେଞ୍ଜ ଦେବାକୁ ଏପରି କହିଥିଲେ।




