୨୦୨୮ରେ ୪ ବର୍ଷିଆ ମିସନ ପାଇଁ ଶୁକ୍ରଯାନ ଉତ୍‌କ୍ଷେପଣ କରିବ ଭାରତ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ପରେ ୨୦୨୮ ମାର୍ଚ୍ଚ ମାସରେ ଭାରତର ପ୍ରଥମ ଶୁକ୍ର ଅଭିଯାନ ଆରମ୍ଭ ହେବ। ସେପ୍ଟେମ୍ବର ୧୯ରେ କେନ୍ଦ୍ର ସରକାର ଏହି ମିସନକୁ ଅନୁମୋଦନ କରିଥିଲେ। ଏହି ମିସନ ୪ ବର୍ଷ ଧରି ଚାଲିବ। ଶୁକ୍ର ପୃଥିବୀଠାରୁ ପ୍ରାୟ ୪୦ ନିୟୁତ କିଲୋମିଟର ଦୂରରେ ରହିଛି। ଶୁକ୍ରଗ୍ରହକୁ ପୃଥିବୀର ଯମଜ ଗ୍ରହ ମଧ୍ୟ କୁହାଯାଏ। ତେବେ ପୃଥିବୀ ତୁଳନାରେ ଏଠାରେ ଦିନ ଓ ରାତି ବହୁତ ଲମ୍ବା। ବାସ୍ତବରେ ଶୁକ୍ର ତା’ର ଅକ୍ଷରେ ବହୁତ […]

Samaya Live Picture
Published On

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ପରେ ୨୦୨୮ ମାର୍ଚ୍ଚ ମାସରେ ଭାରତର ପ୍ରଥମ ଶୁକ୍ର ଅଭିଯାନ ଆରମ୍ଭ ହେବ। ସେପ୍ଟେମ୍ବର ୧୯ରେ କେନ୍ଦ୍ର ସରକାର ଏହି ମିସନକୁ ଅନୁମୋଦନ କରିଥିଲେ। ଏହି ମିସନ ୪ ବର୍ଷ ଧରି ଚାଲିବ। ଶୁକ୍ର ପୃଥିବୀଠାରୁ ପ୍ରାୟ ୪୦ ନିୟୁତ କିଲୋମିଟର ଦୂରରେ ରହିଛି। ଶୁକ୍ରଗ୍ରହକୁ ପୃଥିବୀର ଯମଜ ଗ୍ରହ ମଧ୍ୟ କୁହାଯାଏ। ତେବେ ପୃଥିବୀ ତୁଳନାରେ ଏଠାରେ ଦିନ ଓ ରାତି ବହୁତ ଲମ୍ବା। ବାସ୍ତବରେ ଶୁକ୍ର ତା’ର ଅକ୍ଷରେ ବହୁତ ଧୀରେ ଧୀରେ ବୁଲୁଥାଏ। ଶୁକ୍ର ଗ୍ରହର ଗୋଟିଏ ଦିନ ପୃଥିବୀରେ ୨୪୩ ଦିନ ସହ ସମାନ। ଭାରତର ଏହି ମିସନ ଶୁକ୍ର ଗ୍ରହର କକ୍ଷପଥ ଉପରେ ଅଧ୍ୟୟନ କରିବ। ଏହା ଗ୍ରହର ପୃଷ୍ଠ, ବାୟୁମଣ୍ଡଳ, ଆୟନମଣ୍ଡଳ (ବାୟୁମଣ୍ଡଳର ବାହ୍ୟ ଅଂଶ) ବିଷୟରେ ସୂଚନା ସଂଗ୍ରହ କରିବ। ଶୁକ୍ର ପୃଥିବୀ ତୁଳନାରେ ସୂର୍ଯ୍ୟଙ୍କ ନିକଟରେ (ପ୍ରାୟ ୧୧ କୋଟି କିଲୋମିଟର ଦୂରରେ) ରହିଛି। ଏଭଳି ପରିସ୍ଥିତିରେ ସୂର୍ଯ୍ୟଙ୍କର ଏହା ଉପରେ କ’ଣ ପ୍ରଭାବ ପଡିଥାଏ, ତାହା ମଧ୍ୟ ଜଣାପଡ଼ିବ।
ଶୁକ୍ର ଅଧ୍ୟୟନ ଗୁରୁତ୍ୱପୂର୍ଣ୍ଣ ହେବାର ୩ଟି କାରଣ ରହିଛି। ପୃଥିବୀର ଏହି ଯମଜ ଗ୍ରହ ଆକାର ଓ ଘନତା ଦୃଷ୍ଟିରୁ ପୃଥିବୀ ସହିତ ସମାନ। ତେଣୁ ଶୁକ୍ର ଗ୍ରହର ଅଧ୍ୟୟନ ପୃଥିବୀର ବିକାଶକୁ ବୁଝିବାରେ ସହାୟକ ହୋଇପାରିବ। ଶୁକ୍ର ଗ୍ରହରେ ଏକଦା ଜଳ ଥିଲା ବୋଲି ବିଶ୍ୱାସ କରାଯାଏ, କିନ୍ତୁ ବର୍ତ୍ତମାନ ଏହା ଏକ ଶୁଷ୍କ ଓ ଧୂଳିମୟ ଗ୍ରହରେ ପରିଣତ ହୋଇଛି। ଶୁକ୍ରର ପୃଷ୍ଠଦେଶର ତାପମାତ୍ରା ପ୍ରାୟ ୪୬୨ ଡିଗ୍ରି ସେଲସିୟସ। ବୁଧ ସୂର୍ଯ୍ୟର ନିକଟତମ ଗ୍ରହ ହୋଇଥିଲେ ମଧ୍ୟ ଏହା ବୁଧଠାରୁ ଅଧିକ ଗରମ। ଏହା ଅତ୍ୟଧିକ ଗରମ ହେବାର କାରଣ ହେଉଛି ଗ୍ରୀନହାଉସ୍ ବାଷ୍ପର ପ୍ରଭାବ। ଅଧିକ ଗରମ ଯୋଗୁଁ ଏପର୍ଯ୍ୟନ୍ତ ସେଠାକୁ ପଠାଯାଇଥିବା ଲ୍ୟାଣ୍ଡର ଦୁଇ ଘଣ୍ଟାରୁ ଅଧିକ ସମୟ କାମ କରିପାରିନାହିଁ। ଏହାର ବାୟୁମଣ୍ଡଳର ଚାପ ମଧ୍ୟ ପୃଥିବୀ ତୁଳନାରେ ବହୁତ ଅଧିକ।

Tags: