୨୦୨୮ରେ ଯେବେ ଆଉଥରେ ଅନାସ୍ଥା ଆଣିବ …

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଅନାସ୍ଥା ପ୍ରସ୍ତାବ ଉପରେ ଜବାବ୍‌ ରଖିବା ସମୟରେ ୨୦୨୮ର ଅନାସ୍ଥାକୁ ନେଇ ପୂର୍ବାନୁମାନ କରିଥିଲେ। ମୋଦୀ କହିଥିଲେ ସେମାନେ ଯେଉଁ ବି ଅନୁଷ୍ଠାନ ବିରୋଧରେ କହୁଛନ୍ତି ସେମାନଙ୍କ ଭାଗ୍ୟ ଚମକୁଛି। ସେମାନେ ଯାହାକୁ ବିରୋଧ କରୁଛନ୍ତି ସେମାନଙ୍କର ଭଲ ହିଁ ହେଉଛି। ୧୯୯୧ରେ ଦେଶ ଦେବାଳିଆର ଦ୍ବାରଦେଶରେ ପହଞ୍ଚିଥିଲା। କିନ୍ତୁ ୨୦୧୪ ପରେ ଦେଶ ଶୀର୍ଷ ୫ଟି ଅର୍ଥନୀତି ମଧ୍ୟରେ ରହିଛି। ୨୦୨୮ରେ ଯେ‌ତେବେଳେ ଆପଣ ଅନାସ୍ଥା ଆଣିବେ ସେ‌ତେବେଳେ […]

Samaya Live Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଅନାସ୍ଥା ପ୍ରସ୍ତାବ ଉପରେ ଜବାବ୍‌ ରଖିବା ସମୟରେ ୨୦୨୮ର ଅନାସ୍ଥାକୁ ନେଇ ପୂର୍ବାନୁମାନ କରିଥିଲେ। ମୋଦୀ କହିଥିଲେ ସେମାନେ ଯେଉଁ ବି ଅନୁଷ୍ଠାନ ବିରୋଧରେ କହୁଛନ୍ତି ସେମାନଙ୍କ ଭାଗ୍ୟ ଚମକୁଛି। ସେମାନେ ଯାହାକୁ ବିରୋଧ କରୁଛନ୍ତି ସେମାନଙ୍କର ଭଲ ହିଁ ହେଉଛି। ୧୯୯୧ରେ ଦେଶ ଦେବାଳିଆର ଦ୍ବାରଦେଶରେ ପହଞ୍ଚିଥିଲା। କିନ୍ତୁ ୨୦୧୪ ପରେ ଦେଶ ଶୀର୍ଷ ୫ଟି ଅର୍ଥନୀତି ମଧ୍ୟରେ ରହିଛି। ୨୦୨୮ରେ ଯେ‌ତେବେଳେ ଆପଣ ଅନାସ୍ଥା ଆଣିବେ ସେ‌ତେବେଳେ ଆମେ ଶୀର୍ଷ ୩ ଅର୍ଥନୀତି ମଧ୍ୟରେ ଥିବୁ ବୋଲି ମୋଦୀ କହିଛନ୍ତି। ବିରୋଧୀଙ୍କୁ କଟାକ୍ଷ କରି ମୋଦୀ କହିଛନ୍ତି, ଆଲୋଚନା ପାଇଁ ଆପଣ ପ୍ରସ୍ତୁତ କାହିଁକି ରହିଲେନି। ଏଥିପାଇଁ ପ୍ରସ୍ତୁତ ରହିବାକୁ ମୁଁ ଆପଣଙ୍କୁ ୨୦୧୮ରୁ ୫ ବର୍ଷର ସମୟ ଦେଲିଣି। ତଥାପି ଆପଣ ପ୍ରସ୍ତୁତ ହୋଇପାରିଲେନି। ତେବେ ମୁଁ ଭାବୁଛି ୨୦୨୮ରେ ବିରୋଧୀମାନେ ଅନାସ୍ଥା ପ୍ରସ୍ତାବ ଆଣିବାବେଳେ ଭଲଭାବେ ପ୍ରସ୍ତୁତ ହୋଇ ଆସିବେ। ୨୦୨୮ରେ ହୋମ୍‌ୱାର୍କ କରି ଆସିଥିବେ ବୋଲି ମୁଁ ଭାବୁଛି।

Tags: