୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲବାଦ ଶେଷ କରିବାକୁ ପ୍ରତିଶ୍ରୁତି ଦେଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ମାଓବାଦୀଙ୍କୁ ହିଂସା ତ୍ୟାଗ କରିବା, ଅସ୍ତ୍ରଶସ୍ତ୍ର ରଖିଦେବା ଓ ଆତ୍ମସମର୍ପଣ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିବେଦନ କରିବା ସହ ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ଦେଶରେ ନକ୍ସଲବାଦର ଅନ୍ତ ଘଟାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ନକ୍ସଲ ହିଂସାର ୫୫ ଜଣ ପୀଡ଼ିତଙ୍କୁ ସମ୍ବୋଧିତ କରି ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତ୍ତି ନେଇଛନ୍ତି ଯେ ଦେଶରୁ ନକ୍ସଲ ହିଂସା ଓ ବିଚାରଧାରାକୁ ନିଶ୍ଚିହ୍ନ କରାଯିବ। ମାର୍ଚ୍ଚ ୩୧, ୨୦୨୬କୁ ଏହି ଦେଶରେ ନକ୍ସଲବାଦର […]

Samaya Live Picture
Published On

ନୂଆଦିଲ୍ଲୀ: ମାଓବାଦୀଙ୍କୁ ହିଂସା ତ୍ୟାଗ କରିବା, ଅସ୍ତ୍ରଶସ୍ତ୍ର ରଖିଦେବା ଓ ଆତ୍ମସମର୍ପଣ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିବେଦନ କରିବା ସହ ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ଦେଶରେ ନକ୍ସଲବାଦର ଅନ୍ତ ଘଟାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ନକ୍ସଲ ହିଂସାର ୫୫ ଜଣ ପୀଡ଼ିତଙ୍କୁ ସମ୍ବୋଧିତ କରି ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତ୍ତି ନେଇଛନ୍ତି ଯେ ଦେଶରୁ ନକ୍ସଲ ହିଂସା ଓ ବିଚାରଧାରାକୁ ନିଶ୍ଚିହ୍ନ କରାଯିବ। ମାର୍ଚ୍ଚ ୩୧, ୨୦୨୬କୁ ଏହି ଦେଶରେ ନକ୍ସଲବାଦର ଶେଷ ଦିନ ଭାବେ ସ୍ଥିର କରାଯାଇଛି ଏବଂ ମୁଁ ସୁନିଶ୍ଚିତ କରୁଛି ଯେ ଆମେ ଏହା ପୂର୍ବରୁ ନକ୍ସଲବାଦକୁ ଶେଷ କରିବୁ। ଶାହ ଆହୁରି କହିଛନ୍ତି ଯେ ମାଓବାଦୀଙ୍କ ବିରୋଧରେ ସେମାନଙ୍କ ଅଭିଯାନରେ ସୁରକ୍ଷା ବାହିନୀ ଉଲ୍ଲେଖନୀୟ ସଫଳତା ହାସଲ କରିଛି କାରଣ ଏହି ସମସ୍ୟା ବର୍ତ୍ତମାନ ଛତିଶଗଡ଼ର ମାତ୍ର ୪ଟି ଜିଲ୍ଲାରେ ସୀମିତ ରହିଛି। ମାଓବାଦୀମାନେ ଏକଦା ପଶୁପତିନାଥ (ନେପାଳ)ରୁ ତିରୁପତି (ଆନ୍ଧ୍ରପ୍ରଦେଶ) ପର୍ଯ୍ୟନ୍ତ କରିଡର ସ୍ଥାପନ କରିବାକୁ ଯୋଜନା କରିଥିଲେ କିନ୍ତୁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଏହାକୁ ନଷ୍ଟ କରିଦେଇଥିଲେ। ଛତିଶଗଡ଼ର ନକ୍ସଲ ହିଂସା ପ୍ରଭାବିତ ଲୋକଙ୍କ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଖୁବ୍‌ଶୀଘ୍ର ଏକ କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିବ। ଚାକିରି, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ କ୍ଷେତ୍ରରେ ଆମର କଲ୍ୟାଣମୂଳକ ପଦକ୍ଷେପ ମାଧ୍ୟମରେ ଆମେ ଆପଣଙ୍କୁ ଯଥାସମ୍ଭବ ସାହାଯ୍ୟ କରିବୁ ବୋଲି ଶାହ କହିଛନ୍ତି।

Tags: