୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶ ହେବ ନକ୍ସଲ ମୁକ୍ତ – ଅମିତ ଶାହ
ନୂଆଦିଲ୍ଲୀ : ‘ଭାରତ ମନ୍ଥନ’ ୨୦୨୫ – ‘ନକ୍ସଲ ମୁକ୍ତ ଭାରତ’ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗଦେଇ କହିଛନ୍ତି ୩୧ ମାର୍ଚ୍ଚ, ୨୦୨୬ ସୁଦ୍ଧା ଦେଶ ହେବ ନକ୍ସଲବାଦ ମୁକ୍ତ । ଏଥିସହ ମାଓବାଦୀଙ୍କ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ରବିବାର ଏସପି ଏମଆରଏଫ୍ ଦ୍ୱାରା ଆୟୋଜିତ ‘ଭାରତ ମନ୍ଥନ’ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି,ନକ୍ସଲବାଦ ବିରୋଧରେ ଲଢ଼େଇ କେବଳ ସୁରକ୍ଷା ବାହିନୀର କାର୍ଯ୍ୟ ଦ୍ୱାରା […]
ନୂଆଦିଲ୍ଲୀ : ‘ଭାରତ ମନ୍ଥନ’ ୨୦୨୫ – ‘ନକ୍ସଲ ମୁକ୍ତ ଭାରତ’ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗଦେଇ କହିଛନ୍ତି ୩୧ ମାର୍ଚ୍ଚ, ୨୦୨୬ ସୁଦ୍ଧା ଦେଶ ହେବ ନକ୍ସଲବାଦ ମୁକ୍ତ । ଏଥିସହ ମାଓବାଦୀଙ୍କ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।
ରବିବାର ଏସପି ଏମଆରଏଫ୍ ଦ୍ୱାରା ଆୟୋଜିତ ‘ଭାରତ ମନ୍ଥନ’ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି,ନକ୍ସଲବାଦ ବିରୋଧରେ ଲଢ଼େଇ କେବଳ ସୁରକ୍ଷା ବାହିନୀର କାର୍ଯ୍ୟ ଦ୍ୱାରା ନୁହେଁ, ବରଂ ସମାଜର ସଚେତନତା ଏବଂ ଆଦର୍ଶ ସ୍ତରରେ ଲଢ଼ିବା ଦ୍ୱାରା ମଧ୍ୟ ସମ୍ପୂର୍ଣ୍ଣ ସଫଳ ହେବ। ଅମିତ ଶାହ କହିଛନ୍ତି, “କିଛିଦିନ ତଳେ ଏକ ଚିଠି ଲେଖାଯାଇଛି ଯେଉଁଥିରେ ଦ୍ୱନ୍ଦ୍ୱ ସୃଷ୍ଟି କରାଯାଇଛି ଯେ ଏପର୍ଯ୍ୟନ୍ତ ଯାହା ଘଟିଛି ତାହା ଏକ ଭୁଲ ଥିଲା, ଯୁଦ୍ଧବିରତି ଘୋଷଣା କରାଯିବା ଉଚିତ ଏବଂ ଆମେ ଆତ୍ମସମର୍ପଣ କରିବାକୁ ଚାହୁଁଛୁ। କୌଣସି ଯୁଦ୍ଧବିରତି ହେବ ନାହିଁ। ଯଦି ଆତ୍ମସମର୍ପଣ କରିବାକୁ ଚାହୁଁଛ, ତେବେ ଯୁଦ୍ଧବିରତିର କୌଣସି ଆବଶ୍ୟକତା ନାହିଁ। ଅସ୍ତ୍ରଶସ୍ତ୍ର ଛାଡ । ପୋଲିସ ଗୋଟିଏ ବି ଗୁଳି ଚଳାଇବ ନାହିଁ।”
ସେ କହିଥିଲେ ଯେ ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଦେଶର ସୀମାର ସୁରକ୍ଷା ସର୍ବଦା ଆମ ବିଚାରଧାରାର ଏକ ପ୍ରମୁଖ ଅଂଶ ହୋଇ ରହିଛି। ୧୯୬୦ ଦଶକରୁ ବର୍ତ୍ତମାନ ସୁଦ୍ଧା ବାମପନ୍ତୀ ହିଂସାରେ ଯେଉଁ ଲୋକମାନେ ପ୍ରାଣବଳୀ ଦେଇଛନ୍ତି, ଯେଉଁମାନେ ନିଜ ଲୋକଙ୍କୁ ହରାଇଛନ୍ତି, ଶାରିରୀକ ଓ ମାନସିକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି, ସେହି ସବୁ ଲୋକଙ୍କୁ ପ୍ରଣାମ କରୁଛି ।




