୨୦୨୬ ଏପ୍ରିଲ ପହିଲାରୁ ଘରର ଆୟ ଉତ୍ସ ଗଣନା

ନୂଆଦିଲ୍ଲୀ: ଆଗାମୀ ଜନଗଣନା ପାଇଁ ଘର ଗଣନା କାମ ୨୦୨୬ ଏପ୍ରିଲ ପହିଲାରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଘର ଗଣନା ହେବ । ଏହି ମର୍ମରେ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖାଯାଇଛି ବୋଲି ସେନ୍‌ସସ୍‌ କମିସନର ତଥା ରେଜିଷ୍ଟ୍ରାର ଜେନେରାଲ ସୂଚନା ଦେଇଛନ୍ତି। ଏହି ଗଣନା ପୂର୍ବରୁ ସୁପରଭାଇଜର ଏବଂ ଗଣନାକାରୀମାନଙ୍କୁ ନିଯୁକ୍ତ କରାଯାଇ ସେମାନଙ୍କ ମଧ୍ୟରେ କାମ ବଣ୍ଟନ କରାଯିବ। ରାଜ୍ୟ ଏବଂ ଜିଲ୍ଲା […]

୨୦୨୬ ଏପ୍ରିଲ ପହିଲାରୁ ଘରର ଆୟ ଉତ୍ସ ଗଣନା
Samaya Live Picture
Published On

ନୂଆଦିଲ୍ଲୀ: ଆଗାମୀ ଜନଗଣନା ପାଇଁ ଘର ଗଣନା କାମ ୨୦୨୬ ଏପ୍ରିଲ ପହିଲାରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଘର ଗଣନା ହେବ । ଏହି ମର୍ମରେ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖାଯାଇଛି ବୋଲି ସେନ୍‌ସସ୍‌ କମିସନର ତଥା ରେଜିଷ୍ଟ୍ରାର ଜେନେରାଲ ସୂଚନା ଦେଇଛନ୍ତି। ଏହି ଗଣନା ପୂର୍ବରୁ ସୁପରଭାଇଜର ଏବଂ ଗଣନାକାରୀମାନଙ୍କୁ ନିଯୁକ୍ତ କରାଯାଇ ସେମାନଙ୍କ ମଧ୍ୟରେ କାମ ବଣ୍ଟନ କରାଯିବ। ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ଏହି କାର୍ଯ୍ୟ କରାଯିବ। ଜନଗଣନା କାର୍ଯ୍ୟ ଦୁଇଟି ପର୍ଯ୍ୟାୟରେ ହୋଇଥାଏ। ପ୍ରଥମ ପର୍ଯ୍ୟାୟରେ ଘର ଗଣନା କାର୍ଯ୍ୟ, ଘରର ସ୍ଥିତି, ପ୍ରତି ପରିବାରର ସମ୍ପତ୍ତି ଓ ସୁବିଧାସୁଯୋଗ ସଂପର୍କିତ ତଥ୍ୟ ସଂଗ୍ରହ କରାଯିବ। ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ଜନଗଣନା ହେବ। ଅର୍ଥାତ ଲୋକସଂଖ୍ୟା, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଏବଂ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରାଯିବ। ଏଥିପାଇଁ ୨୦୨୭ ‌‌ଫେବ୍ରୁଆରି ୧ ତାରିଖକୁ ଧାର୍ଯ୍ୟ କରାଯାଇଛି। ଦେଶ ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ଚଳିତ ଥର ଜାତିଗତ ଜନଗଣନା ହେବ। ଜନଗଣନା କାର୍ଯ୍ୟରେ ୩୪ ଲକ୍ଷରୁ ଅଧିକ ଗଣନାକାରୀ ଏବଂ ସୁପରଭାଇଜରଙ୍କୁ ସାମିଲ କରାଯିବ। ଭାରତରେ ଏହା ଷୋଡ଼ଶ ଏବଂ ସ୍ବାଧୀନତା ପରେ ଅଷ୍ଟମ ଜନଗଣନା।

Tags: