୨୦୨୪ ଲୋକସଭା ନିର୍ବାଚନ ପରେ ମୋଦୀ ବିଦେଶରେ ରହିବେ
ନୂଆଦିଲ୍ଲୀ : ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ ) ସଭାପତି ଲାଲୁ ପ୍ରସାଦ ଯାଦବ ରବିବାର ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଲୋକସଭା ନିର୍ବାଚନ ହାରିବା ନେଇ ଖୁବ୍ ଚିନ୍ତାରେ ଅଛନ୍ତି ଏବଂ ଏବେ ସେ ବିଦେଶରେ ରହିବାପାଇଁ ଏକ ଉତ୍ତମ ଜାଗା ଖୋଜୁଛନ୍ତି। ଗତ କିଛି ଦିନ ତଳେ ମୋଦୀ ବିରୋଧୀ ଇ-ଣ୍ଡି-ଆ ମେଣ୍ଟକୁ ‘ କ୍ବିଟ୍ ଇଣ୍ଡିଆ’ କହି କଟାକ୍ଷ କରିଥିଲେ। ମୋଦୀ କହିଥିଲେ, ଦୁର୍ନୀତିଗ୍ରସ୍ତ ଭାରତ ଛାଡ଼, ବଂଶବାଦୀ […]
ନୂଆଦିଲ୍ଲୀ : ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ ) ସଭାପତି ଲାଲୁ ପ୍ରସାଦ ଯାଦବ ରବିବାର ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଲୋକସଭା ନିର୍ବାଚନ ହାରିବା ନେଇ ଖୁବ୍ ଚିନ୍ତାରେ ଅଛନ୍ତି ଏବଂ ଏବେ ସେ ବିଦେଶରେ ରହିବାପାଇଁ ଏକ ଉତ୍ତମ ଜାଗା ଖୋଜୁଛନ୍ତି। ଗତ କିଛି ଦିନ ତଳେ ମୋଦୀ ବିରୋଧୀ ଇ-ଣ୍ଡି-ଆ ମେଣ୍ଟକୁ ‘ କ୍ବିଟ୍ ଇଣ୍ଡିଆ’ କହି କଟାକ୍ଷ କରିଥିଲେ। ମୋଦୀ କହିଥିଲେ, ଦୁର୍ନୀତିଗ୍ରସ୍ତ ଭାରତ ଛାଡ଼, ବଂଶବାଦୀ ଭାରତ ଛାଡ଼ ଏବଂ ତୁଷ୍ଠୀକରଣ ରାଜନୀତି ଭାରତ ଛାଡ଼। ତେବେ ଏହାର ଜବାବ ଦେଇ ଲାଲୁ ଆଜି କହିଛନ୍ତି, ମୋଦୀ ଭାରତ ଛାଡ଼ିବାର ଯୋଜନା କରୁଛନ୍ତି। ଏହି କାରଣ ପାଇଁ ସେ ବିଭିନ୍ନ ରାଷ୍ଟ୍ର ବୁଲୁଛନ୍ତି। ସେ ନିଜ ପାଇଁ ଗୋଟିଏ ଭଲ ଜାଗା ଖୋଜୁଛନ୍ତି ଯେଉଁଠାରେ ସେ ରହିତ ପିଜା, ମୋମୋ ଏବଂ ଚଉମିନ୍ ଏନଜୟ କରିପାରିବେ।




