୨୦୨୪ ଲୋକସଭା ନିର୍ବାଚଚ, ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୩୪ ମନ୍ତ୍ରୀ

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ପର୍ଯ୍ୟାୟରେ ବିଜେପି ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ୧୯୫ ପ୍ରାର୍ଥୀଙ୍କ ମଧ୍ୟରେ ୩୪ ଜଣ ମନ୍ତ୍ରୀ ଅଛନ୍ତି। ତାଲିକାରେ ଦଳର ହେଭିୱେଟ୍ ନେତାମାନେ ଅଛନ୍ତି। ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ। ଗୃହ […]

Samaya Live Picture
Published On

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ପର୍ଯ୍ୟାୟରେ ବିଜେପି ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ୧୯୫ ପ୍ରାର୍ଥୀଙ୍କ ମଧ୍ୟରେ ୩୪ ଜଣ ମନ୍ତ୍ରୀ ଅଛନ୍ତି। ତାଲିକାରେ ଦଳର ହେଭିୱେଟ୍ ନେତାମାନେ ଅଛନ୍ତି। ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ। ଗୃହ ମନ୍ତ୍ରୀ ଅମିତ ଶାହ ପୁଣିଥରେ ଗୁଜରାଟର ଗାନ୍ଧିନଗରରୁ ନିର୍ବାଚନ ଲଢ଼ିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲକ୍ଷ୍ନୌରୁ ନିର୍ବାଚନ ଲଢ଼ିବେ ଏବଂ ସ୍ମୃ୍ତି ଇରାନୀ ଆମେଥୀରୁ ଲଢ଼ିବେ। ତାଲିକାର ୩୪ ମନ୍ତ୍ରୀଙ୍କ ସହ ୨ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଛନ୍ତି। ସେହିପରି ୨୮ ଜଣ ମହିଳା ଅଛନ୍ତି। ୫୦ ବର୍ଷରୁ କମ୍ ବୟସର ୪୭ ନେତା ଥିବାବେଳେ ଓବିସି ସମ୍ପ୍ରଦାୟରୁ ୫୭ ଜଣ ଅଛନ୍ତି। ୧୯୫ ପ୍ରାର୍ଥୀଙ୍କ ମଧ୍ୟରୁ ଉତ୍ତରପ୍ରଦେଶର ୫୧, ପଶ୍ଚିମବଙ୍ଗରୁ ୨୦ ଏବଂ ଦିଲ୍ଲୀରୁ ୫ ଜଣ ପ୍ରାର୍ଥୀ ଅଛନ୍ତି। ପୂର୍ବରୁ ରାଜ୍ୟସଭା ନିର୍ବାଚନ ଲଢ଼ିଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଗୁଜରାଟର ପୋରବନ୍ଦରରୁ ନିର୍ବାଚନ ଲଢ଼ିବେ। ଥିରୁଅନନ୍ତପୁରମରୁ ନିର୍ବାଚନ ଲଢ଼ିବେ ରାଜୀବ ଚନ୍ଦ୍ରଶେଖର। ମନ୍ତ୍ରୀମାନଙ୍କ ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟପ୍ରଦେଶର ଗୁନାରୁ ନିର୍ବାଚନ ଲଢ଼ିବେ ଏବଂ ଭୂପେନ୍ଦ୍ର ଯାଦବ ଅଲୱରରୁ ନିର୍ବାଚନ ଲଢ଼ିବେ।

Tags: