୨୦୨୪ ନିର୍ବାଚନ ପରେ ଜନଗଣନା ଏବଂ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହେବ

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍ କାର୍ଯ୍ୟକାରୀ ବିଳମ୍ବ ହେବା ପ୍ରସଙ୍ଗରେ ବିରୋଧୀ ନେତାମାନେ ବିଜେପିକୁ ଘେରିଥିବାବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଲୋକସଭାରେ ଏହାର ଜବାବ ରଖିଛନ୍ତି। ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌ ଉପରେ ଆଲୋଚନା ସମୟରେ ଗତକାଲି ଶାହ କହିଛନ୍ତି, ପରବର୍ତ୍ତୀ ସରକାର ୨୦୨୪ ଲୋକସଭା ନିର୍ବାଚନ ପରେ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା‌ ଆରମ୍ଭ କରିବେ। ଶାହ କହିଛନ୍ତି, ମହିଳା ସାଂସଦଙ୍କ ପାଇଁ ୧ ତୃତୀୟାଂଶ ଆସନ ସଂରକ୍ଷଣ ହେବ। ତେଣୁ ଏହି […]

Samaya Live Picture
Published On

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍ କାର୍ଯ୍ୟକାରୀ ବିଳମ୍ବ ହେବା ପ୍ରସଙ୍ଗରେ ବିରୋଧୀ ନେତାମାନେ ବିଜେପିକୁ ଘେରିଥିବାବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଲୋକସଭାରେ ଏହାର ଜବାବ ରଖିଛନ୍ତି। ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌ ଉପରେ ଆଲୋଚନା ସମୟରେ ଗତକାଲି ଶାହ କହିଛନ୍ତି, ପରବର୍ତ୍ତୀ ସରକାର ୨୦୨୪ ଲୋକସଭା ନିର୍ବାଚନ ପରେ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା‌ ଆରମ୍ଭ କରିବେ। ଶାହ କହିଛନ୍ତି, ମହିଳା ସାଂସଦଙ୍କ ପାଇଁ ୧ ତୃତୀୟାଂଶ ଆସନ ସଂରକ୍ଷଣ ହେବ। ତେଣୁ ଏହି ଆସନ ଗୁଡ଼ିକ ଉପରେ କିଏ ନିଷ୍ପତ୍ତି ନେବ। ଏଠି ସ୍ବଚ୍ଛତାର ପ୍ରଶ୍ନ ଉଠୁଛି। ଶାହ କହିଛନ୍ତି, କେବଳ ସୀମା ପୁନଃ ନିର୍ଦ୍ଧାରଣ କମିସନ୍‌ ହିଁ ମହିଳାଙ୍କ ପାଇଁ କେଉଁ ଆସନ ସଂରକ୍ଷଣ ରହିବ ସେସଂକ୍ରାନ୍ତ ନିଷ୍ପତ୍ତି ନେବେ। ଜନଗଣନା ତଥ୍ୟ ଉପରେ ହିଁ ଏସବୁ ନିଷ୍ପତ୍ତି ନିର୍ଭର କରୁଛି। ତେବେ ପରବର୍ତ୍ତୀ ଲୋକସଭା ନିର୍ବାଚନ ପରେ ଜନଗଣନା ଏବଂ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶାହ କହିଛନ୍ତି। ସୀମା ପୁନଃ ନିର୍ଦ୍ଧାରଣ କମିସନ୍‌ରେ ଜଣେ ସୁପ୍ରିମକୋର୍ଟ ବିଚାରପତି, ନିର୍ବାଚନ କମିସନ୍‌ର ଜଣେ ପ୍ରତିନିଧି ଏବଂ ପ୍ରତି ରାଜନୈତିକ ଦଳର ଜଣେ ପ୍ରତିନିଧି ରହିବେ।

Tags: