୨୦୨୪ ନିର୍ବାଚନ ଉପରେ ଆଖି ବିଜେପିର ସାଙ୍ଗଠନିକ ଅଦଳବଦଳ ନୂଆଦିଲ୍ଲୀ, ୨୯/୭: ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟ ଜେପି ନଡ୍ଡା ଶନିବାର ଦଳର କେନ୍ଦ୍ରୀୟ ସଂଗଠନରେ ଅଦଳବଦଳ କରିଛନ୍ତି। ନୂତନ ପରିବର୍ତ୍ତିତ ତାଲିକାରେ ଉତ୍ତରପ୍ରଦେଶର ପସମାଂଦା ମୁସଲିମ ତଥା ଆଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟର ପୂର୍ବତନ
ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଜୋରଦାର ପ୍ରସ୍ତୁତି ଚଳାଇଛି। ଏଥିପାଇଁ ବିଜେପି ଏହାର ସାଂଗଠନିକ ପରିବର୍ତ୍ତନ କରିଛି। ବିଜେପି ମୁଖ୍ୟ ଜେପି ନଡ୍ଡା ଶନିବାର ଦଳର କେନ୍ଦ୍ରୀୟ ସଂଗଠନରେ ଅଦଳବଦଳ କରିଛନ୍ତି। ନୂଆ ତାଲିକାରେ ଉତ୍ତରପ୍ରଦେଶର ପସମାଂଦା ମୁସଲିମ ତଥା ଆଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ତାରିକ ମନସୁରଙ୍କୁ ଅନ୍ୟତମ ଉପସଭାପତି ଭାବେ ନିଯୁକ୍ତ କରାଯାଇଛି ଏବଂ ତେଲେଙ୍ଗାନା ବିଜେପି ମୁଖ୍ୟ ବଣ୍ଡି ସଂଜୟ କୁମାରଙ୍କୁ ଅନ୍ୟତମ ଜାତୀୟ ସାଧାରଣ ସମ୍ପାଦକ […]
ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଜୋରଦାର ପ୍ରସ୍ତୁତି ଚଳାଇଛି। ଏଥିପାଇଁ ବିଜେପି ଏହାର ସାଂଗଠନିକ ପରିବର୍ତ୍ତନ କରିଛି। ବିଜେପି ମୁଖ୍ୟ ଜେପି ନଡ୍ଡା ଶନିବାର ଦଳର କେନ୍ଦ୍ରୀୟ ସଂଗଠନରେ ଅଦଳବଦଳ କରିଛନ୍ତି। ନୂଆ ତାଲିକାରେ ଉତ୍ତରପ୍ରଦେଶର ପସମାଂଦା ମୁସଲିମ ତଥା ଆଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ତାରିକ ମନସୁରଙ୍କୁ ଅନ୍ୟତମ ଉପସଭାପତି ଭାବେ ନିଯୁକ୍ତ କରାଯାଇଛି ଏବଂ ତେଲେଙ୍ଗାନା ବିଜେପି ମୁଖ୍ୟ ବଣ୍ଡି ସଂଜୟ କୁମାରଙ୍କୁ ଅନ୍ୟତମ ଜାତୀୟ ସାଧାରଣ ସମ୍ପାଦକ କରାଯାଇଛି। କର୍ଣ୍ଣାଟକର ସିଟି ରବି ଓ ଆସାମର ଲୋକସଭା ସାଂସଦ ଦିଲୀପ ସାଇକିଆଙ୍କୁ ବିଜେପି ସାଧାରଣ ସମ୍ପାଦକ ପଦରୁ ହଟାଇ ଦିଆଯାଇଛି। ତେବେ ସେମାନଙ୍କୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରାଯିବ ବୋଲି ଏଥିରୁ ସୂଚନା ମିଳୁଛି। ପୂର୍ବତନ ଆଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟ (ଏଏମ୍ୟୁ) କୁଳପତି ତଥା ବର୍ତ୍ତମାନ ଉତ୍ତରପ୍ରଦେଶର ବିଜେପି ଏମ୍ଏଲ୍ସି ଥିବା ତାରିକ ମନସୁରଙ୍କୁ ଦଳର ଅନ୍ୟତମ ଉପସଭାପତି କରାଯାଇଛି। ପସମାଂଦା ମୁସଲମାନଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ବିଜେପି ଏପରି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି। ଅଧିକାଂଶ ଉପସଭାପତି, ସାଧାରଣ ସମ୍ପାଦକ ଓ ସମ୍ପାଦକଙ୍କୁ ନୂଆ ତାଲିକାରେ ପୂର୍ବବତ୍ ରଖାଯାଇଛି। ତାଲିକାରେ ୧୩ ଉପସଭାପତି, ବିଏଲ୍ ସନ୍ତୋଷଙ୍କ ସମେତ ୯ ସାଧାରଣ ସମ୍ପାଦକ ଓ ୧୩ ସମ୍ପାଦକ ଅଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିହାରର ଲୋକସଭା ଏମ୍ପି ରାଧାମୋହନ ସିଂହଙ୍କୁ ଉପସଭାପତି ପଦରୁ କଢ଼ାଯାଇଛି। ବରିଷ୍ଠ କଂଗ୍ରେସ ନେତା ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନିଙ୍କୁ ଜାତୀୟ ସମ୍ପାଦକ ଭାବେ ଗ୍ରହଣ କରାଯାଇଛି।




